ଏଣିକି ଅନଲାଇନ ଉପସ୍ଥାନ

ଏଣିକି ଅନଲାଇନ ଉପସ୍ଥାନ

ଏଣିକି ଅନଲାଇନ ଉପସ୍ଥାନ
ଭୁବନେଶ୍ୱର: ଏଣିକି ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ ଅନଲାଇନରେ ଉପସ୍ଥାନ କରିବେ । ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ପାଇଁ ଲାଗୁ ହେବ ଅନଲାଇନ୍ ଉପସ୍ଥାନ ବ୍ୟବସ୍ଥା ଏନେଇ ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ଗୋଟିଏ ଜିଲ୍ଲାରେ ଗୋଟିଏ ସ୍କୁଲରେ ପାଇଲଟ ପ୍ରକଳ୍ପ ଭାବେ ଲାଗୁ ହେବ । କେଉଁ ଶିକ୍ଷକ ଏବଂ କେତେ ପିଲା ଉପସ୍ଥିତ ଅଛନ୍ତି ସହଜରେ ଜାଣିହେବ । ରାଜ୍ୟର ଶହେଟି ସ୍କୁଲକୁ ସ୍କୁଲ ଅଫ୍ ଏକ୍ସଲେନ୍ସ ଭାବେ ଚିହ୍ନଟ କରାଯିବ । ଉକ୍ତ ଶହେଟି ସ୍କୁଲରେ ସ୍କୋକନ ଇଂଲିସ ସହ ଅନ୍ୟ ଭିତିଭୂମି ଦିଆଯିବ । ଏହାସହ ଗଣଶୀକ୍ଷା ବିଭାଗ ନୂଆ ଷ୍ଟୁଡେଂଟ ହେଲପଲାଇନ ନମ୍ବର ଜାରି କରିଛି । ନୂଆ ଷ୍ଟୁଡେଂଟ ହେଲପଲାଇନ ନମ୍ବର ହେଲା-୧୪୪୧୭୧ ।