ଚୀନ୍‌କୁ ଟପିଲା ଭାରତ

ଚୀନ୍‌କୁ ଟପିଲା ଭାରତ

ଚୀନ୍‌କୁ ଟପିଲା ଭାରତ
ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ଚୀନ୍‌କୁ ଟପିଯାଇଛି । ଭାରତରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା 86,024ରେ ପହଞ୍ଚିଛି । ଅପରପକ୍ଷରେ ଚୀନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 82 ହଜାର 933 ରହିଛି । ଯାହା ଭାରତ ଠାରୁ ତିନିଜ ହଜାର କମ୍‌ ରହିଛି । ବିଶ୍ବରରେ ସର୍ବାଧିକ କରୋନା ଆକ୍ରାନ୍ତ ମାମଲାରେ ଭାରତ ଏବେ 12ତମ ସ୍ଥାନରେ ରହିଛି । ସ୍ବାସ୍ଥ୍ୟମନ୍ତ୍ରାଳୟ ସୂଚନା ଅନୁସାରେ ଗତ 24 ଘଣ୍ଟାରେ କରୋନା 104ଜଣଙ୍କ ଜୀବନ ଯାଇଛି । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 86,024 ରେ ପହଞ୍ଚିଛି। ଏବେ 52 ହଜାର 887 ଚିକିତ୍ସାଧୀନ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 30,378ଜଣ । ମହାରାଷ୍ଟ୍ରରେ ସ୍ଥିତି ଦିନକୁ ଦିନ ବେକାବୁ ହେବାରେ ଲାଗିଛି। ମହାରାଷ୍ଟ୍ରରେ ସର୍ବାଧିକ 29 ହଜାର 100 ଆକ୍ରାନ୍ତ ହେବା ସହ 1068 ଜଣଙ୍କ ମୃତ୍ୟୁ ହୋଇଛି।