ଛଟ୍‌ ପୂଜା ଉପରେ କରୋନା ଗ୍ରହଣ : ନଦୀ ଘାଟରେ ଛଟ୍‌ ପୂଜା ବାରଣ

ଛଟ୍‌ ପୂଜା ଉପରେ କରୋନା ଗ୍ରହଣ : ନଦୀ ଘାଟରେ ଛଟ୍‌ ପୂଜା ବାରଣ

ଛଟ୍‌ ପୂଜା ଉପରେ କରୋନା ଗ୍ରହଣ : ନଦୀ ଘାଟରେ ଛଟ୍‌ ପୂଜା ବାରଣ
ଭୁବନେଶ୍ୱର : ସବୁ ପର୍ବପର୍ବାଣୀରେ କରୋନା ଗ୍ରହଣ ଲାଗିଯାଇଛି । ରଜ ହେଉକି ଦଶହରା, ଗଣେଶ ପୂଜା ହେଉକି କାଳୀ ପୂଜା ସବୁ ଉପରେ ଲାଗିଛି କଟକଣା । ଆଗକୁ ଛଟ ପୂଜା । ସାଧାରଣତଃ ନଦୀ ଘାଟରେ ଏହି ପୂଜା ବେଶ ଆନନ୍ଦ ଉଲ୍ଲାସର ସହ ହୋଇଥାଏ । ବିହାରର ଏହି ଗଣପର୍ବକୁ ଓଡ଼ିଶାରେ ଥିବା ବିହାରୀ ଲୋକମାନେ ବି ବେଶ ଜାକଜମକରେ ପାଳନ କରନ୍ତି । କିନ୍ତୁ ରାଜ୍ୟ ସରକାର ଏହା ଉପରେ କଟକଣା ଲଗାଇ ଦେଇଛନ୍ତି । ନଦୀ ଘାଟରେ ଛଟ ପୂଜା ହୋଇପାରିବନି ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ କରାଯାଇଛି । ଏନେଇ ଜାରି ନିଦେ୍ର୍ଧଶାନାମାରେ ଉଲ୍ଳେଖ କରାଯାଇଛିଯେ, ଛଟ ପୂଜା ବା ଛଟ ପର୍ବ ପାଇଁ ନଦୀ ଘାଟରେ ଭିଡ଼ ଜମିଥାଏ । ଘାଟରେ ଗାଧୋଇ ପୂଜା କରିବା ପାଇଁ ବହୁ ସଂଖ୍ୟକ ଲୋକ ଗଦା ହୋଇଥା’ନ୍ତି । କିନ୍ତୁ ଏହାଦ୍ୱାରା କରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି । ଏହାକୁ ଆଖିଆଗରେ ରଖି ରାଜ୍ୟ ସରକାର ନଦୀ ଘାଟରେ ଛଟ ପୂଜା ପାଳନ ଉପରେ କଟକଣା ଲଗାଇଛନ୍ତି । ନଭେମ୍ବର ୨୦ ଓ ନଭେମ୍ବର ୨୧ ପାଇଁ କଟକଣା ଲାଗୁ ହୋଇଛି । ଲୋକମାନେ ଘରେ ଏହି ପର୍ବ ପାଳନ କରିବା ସକାଶେ ପରାମର୍ଶ ଦିଆଯାଇଛି । ଯେଉଁମାନେ ଅବମାନନା କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ମଧ୍ୟ ଦିଆଯାଇଛି ।