ଦୁଇଟି ହସ୍ପିଟାଲର ଓପିଡି ବନ୍ଦ

ଦୁଇଟି ହସ୍ପିଟାଲର ଓପିଡି ବନ୍ଦ

ଦୁଇଟି ହସ୍ପିଟାଲର ଓପିଡି ବନ୍ଦ
ବଣାଇ : କରୋନା ପାଇଁ ୨ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଓପିଡି ବନ୍ଦ ରହିଛି । ଗୁରୁଣ୍ଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ୭୨ ଘଣ୍ଟା ପାଇଁ ବନ୍ଦ ଘୋଷଣା । ସରସରା ବଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି । ଉଭୟ ସ୍ବାସ୍ଥ୍ୟକେନ୍ଦ୍ରରୁ ଜଣେ କର୍ମଚାରୀ ଓ ଜଣେ ରୋଗୀ ପଜିଟିଭ୍‌ ଚିହ୍ନଟ ହେବା ପରେ ଏପରି ପଦକ୍ଷେପ ନିଆଯାଇଛି । ଉଭୟ ହସ୍ପିଟାଲର ଓପିଡି ବନ୍ଦ ରହିଥିବାବେଳେ ଏମଜେନ୍ସି ଖୋଲା ରହିବ ବୋଲି ସୂଚନା ରହିଛି । ସାନିଟାଇଜେସନ୍‌ ଓ କଣ୍ଟାକ୍ଟ ଟ୍ରେସିଂ ପାଇଁ ସଟ୍‌ଡାଉନ୍‌ ଘୋଷଣା ରହିଛି ।