ଧାନ ପାଇଁ ତେଜିଲା ଆନ୍ଦୋଳନ

ଧାନ ପାଇଁ ତେଜିଲା ଆନ୍ଦୋଳନ

ଧାନ ପାଇଁ ତେଜିଲା ଆନ୍ଦୋଳନ
ସମ୍ବଲପୁର: ଧାନକିଣା ପ୍ରସଙ୍ଗକୁ ନେଇ ଚାଷୀ ଆନେ୍ଦାଳନ ତେଜିବାରେ ଲାଗିଛି । ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାଷୀମାନେ ଆନେ୍ଦାଳନ ଜାରି ରଖିଛନ୍ତି । ଏନେଇ ସମ୍ବଲପୁର କଚେରୀପଡ଼ିଆରେ ଚାଷୀମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆନେ୍ଦାଳନକୁ ଜୋରଦାର କରିବାକୁ ଚାଷୀ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି । ଏହାଛଡ଼ା ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ରଖି ପ୍ରତିବାଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହାଛଡ଼ା ଆସନ୍ତାକାଲି ଜିଲ୍ଲାର ବିଧାୟକଙ୍କ ଘର ଆଗରେ ଧାନ ରଖି ପ୍ରତିବାଦ କରିବେ । ଅନ୍ୟପକ୍ଷରେ ଅତାବିରା ତହସିଲରେ ଚାଷୀ ଓ ପ୍ରଶାସନ ମଧ୍ୟରେ ଚାଲିଥିବା ଆଲୋଚନା ବିଫଳ ହୋଇଛି । ଫଳରେ ଉତ୍ତ୍ୟକ୍ତ ଚାଷୀ ତହସିଲ ଅଫିସରେ ତାଲା ପକାଇ ଦେଇଛନ୍ତି । ତହସିଲର ସବୁ କର୍ମଚାରୀଙ୍କୁ ବାହାରକୁ ବାହାର କରିଦେଇ ଚାଷୀ ଅଫିସରେ ତାଲା ଠୁଙ୍କି ଦେଇଛନ୍ତି । ଏହାଛଡ଼ା ଅନ୍ୟ ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିବା ପାଇଁ ଶୋଭାଯାତ୍ରା ଆରମ୍ଭ କରାଯାଇଛି ।