ନିରାଶ ପ୍ରସନ୍ନ, ସସ୍ମିତଙ୍କୁ ପୁରସ୍କାର

ନିରାଶ ପ୍ରସନ୍ନ, ସସ୍ମିତଙ୍କୁ ପୁରସ୍କାର

ନିରାଶ ପ୍ରସନ୍ନ, ସସ୍ମିତଙ୍କୁ ପୁରସ୍କାର

ଭୁବନେଶ୍ବର: ସବୁ କଳ୍ପନାଜଳ୍ପନାର ଅନ୍ତଃ ଘଟାଇ  ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ରାଜ୍ୟ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଘୋଷଣା ହୋଇଥିବା ୪ ପ୍ରାର୍ଥୀଙ୍କ ମଧ୍ୟରେ ଜଣେ ଦ୍ବତୀୟ ଥର ପାଇଁ ରାଜ୍ୟସଭାକୁ ଯାଉଥିବା ବେଳେ ଅନ୍ୟମାନେ ନୂଆ ମୁହଁ। ଦ୍ବିତୀୟ ଥର ପାଇଁ ପ୍ରାର୍ଥୀ ହୋଇଥିବା ବିଜେଡି ନେତା ହେଉଛନ୍ତି ସସ୍ମିତା ପାତ୍ର। ପାର୍ଲ୍ୟାମେଣ୍ଟ୍‌ରେ ତାଙ୍କର ଟାଣୁଆ ଓ ଓଜସ୍ବିନୀ ଭାଷଣରେ ସମସ୍ତଙ୍କୁ ଚମତ୍କୃତ କରିଥିବା ଏବଂ ଦଳ ପାଇ ସଂସଦରେ ଲଢ଼େଇ କରୁଥିବା ସସ୍ମିତଙ୍କୁ ଏହା ବିଜେଡି ସରକାରଙ୍କ ପୁରସ୍କାର ବୋଲି ଚର୍ଚ୍ଚା ହେଉଛି। ସେହିପରି ସୁଲାତା ଦେଓ, ମାନସ ମଙ୍ଗରାଜ ଓ ନିରଂଜନ ବିଶି ନୂଆ ମୁହଁ ଭାବେ ରାଜ୍ୟସଭାକୁ ଯିବେ। ତେବେ ଏଠାରେ ଆଶାୟୀ ଥିବା ଏବଂ ବାରମ୍ବାର ପ୍ରତିଶ୍ରୁତି ମନେ ପକାଉଥିବା ପୂର୍ବତନ ସାଂସଦ ବିଜେଡି ନେତା ବାବା ପ୍ରସନ୍ନ ପାଟ୍ଟଶାଣୀଙ୍କୁ ନିରାଶ ହେବାକୁ ପଡ଼ିଛି। ବିଜେଡି ପାଖରେ ସଂଖ୍ୟା ଅଛି। ତେଣୁ ଏ ସମସ୍ତ ୪ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହେବା ନିଶ୍ଚିତ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ପ୍ରସନ୍ନ ଆଚାର୍ୟ୍ୟ, ଏନ୍ ଭାସ୍କର ରାଓ ଓ ସସ୍ମିତ ପାତ୍ରଙ୍କ କାର୍ୟ୍ୟକାଳ ସରିଯିବାରୁ ତିନି ଆସନ ଖାଲି ପଡ଼ିଥିବା ବେଳେ ସୁବାସ ସିଂହ ମେୟର ଭାବେ ନିର୍ବାଚିତ ହେବା ପରେ ଇସ୍ତଫା ଦେବାରୁ ଆଉ ଗୋଟିଏ ଆସନ ଖାଲି ପଡ଼ିଛି। ସସ୍ମିତ ପାତ୍ରଙ୍କ କାର୍ୟ୍ୟକାଳ ମାତ୍ର ୩ ବର୍ଷ ଥିଲା। ତା’ସହିତ ଦଳ ଭିତରେ ତାଙ୍କ ପ୍ରଦର୍ଶନ ଭଲ ଥିବାରୁ ତାଙ୍କୁ ପୁଣି ଥରେ ଦଳର ସୁପ୍ରିମୋ ରାଜ୍ୟସଭା ପଠାଇବେ ବୋଲି ଯେଉଁ ଆକଳନ କରାଯାଉଥିଲା, ତାହା ସଠିକ୍ ସାବ୍ୟସ୍ତ ହୋଇଛି।