ପ୍ରକାଶ ପାଇଲା ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ

ପ୍ରକାଶ ପାଇଲା ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ

ପ୍ରକାଶ ପାଇଲା ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ

ଭୁବନେଶ୍ୱର: ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ଶନିବାର  ପ୍ରକାଶ ପାଇଛି । results.cisce.org  ୱେବସାଇଟରେ ରେଜଲ୍ଟ ଉପଲବ୍ଧ ।  ଓଡ଼ିଶାରେ ଦଶମରେ ୯୯.୯୮ ପ୍ରତିଶତ ଓ ଦ୍ୱାଦଶରେ ୯୯.୮୩ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ଜଣାଯାଇଛି ।  କରୋନା ପାଇଁ ଏ ବର୍ଷ ପରୀକ୍ଷା ହୋଇନଥିଲା ।  

ଚଳିତ ବର୍ଷ ଉତ୍ତର ଖାତା ପୁନର୍ବାର ତନଖି (ରିଚେକ୍) କରିବା ସୁବିଧା ଉପଲବ୍ଧ ନାହିଁ; କିନ୍ତୁ ଅଙ୍କକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଅସନ୍ତୋଷ ଥିଲେ ତୁରନ୍ତ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଦରଖାସ୍ତ କରିବେ। ଦରଖାସ୍ତରେ ସମସ୍ୟାଗୁଡିକୁ ବିସ୍ତୃତ ଭାବେ ଉଲ୍ଲେଖ କରିବେ ବିଦ୍ୟାର୍ଥୀ। ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ନିକଟରୁ ଗ୍ରହଣ କରିଥିବା ଦରଖାସ୍ତକୁ ଅଗଷ୍ଟ ୧ ସୁଦ୍ଧା ପରିଷଦକୁ ପଠାଇବେ। ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଦରଖାସ୍ତଗୁଡ଼ିକୁ ଇ-ମେଲ ଆଇଡି(asicse@cisce.org) ଏବଂ ଦ୍ବାଦଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଦରଖାସ୍ତଗୁଡିକୁ (asisc@cisce.org)ରେ ପଠାଇବାକୁ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ କୁହାଯାଇଛି। ଅଗଷ୍ଟ ୧ ପରେ ଦରଖାସ୍ତ ପଠାଇଲେ ବିଚାରକୁ ନିଆଯିବ ନାହିଁ। ମୁଖ୍ୟତଃ ଅଙ୍କ ହିସାବରେ କୌଣସି ତ୍ରୁଟି ଥିଲେ ଏହାକୁ ବିଚାରକୁ ନିଆଯାଇ ପାରିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।