ବନ୍ଧୁକ ଦେଖାଇ ୯ ଲକ୍ଷ ଲୁଟ

ବନ୍ଧୁକ ଦେଖାଇ ୯ ଲକ୍ଷ ଲୁଟ

ବନ୍ଧୁକ ଦେଖାଇ ୯ ଲକ୍ଷ ଲୁଟ
ଭୁବନେଶ୍ୱର: ପୁଣି ମାତିଲେ ଲୁଟେରା । ପୁଲିସକୁ ଖୋଲା ଖୋଲି ଚ୍ୟାଲେଞ୍ଜ କରି ଦିନ ଦ୍ୱିପ୍ରହରରେ ଲୁଟ କରିଛନ୍ତି । ବନ୍ଧୁକ ମୁନରେ ୨ଟି ସ୍ଥାନରୁ ମୋଟ ୯.୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାଯାଇଛି । ଖଲ୍ଲିକୋଟ ଭେଜିପୁଟ ମୁକ୍ତେଶ୍ୱର ମନ୍ଦିର ପାଖରୁ ୬ଲକ୍ଷ ଟଙ୍କା ଲୁଟ ହୋଇଛି । କାରରେ ଟଙ୍କା ଡିପୋଜିଟ କରିବାକୁ ଗଲାବେଳେ ଲୁଟ ହୋଇଛି । ବାଇକରେ ୩ ଜଣ ଆସି ବନ୍ଧୁକ ଦେଖାଇ ଲୁଟି ନେଇଥିବା ଜଣାଯାଇଛି । ସେହିପରି ବାଲେଶ୍ୱର ସଦର ଥାନା ଖାନନଗରରୁ ୩.୨ ଲକ୍ଷ ଟଙ୍କା ଲୁଟ ହୋଇଥିବା ଜଣାଯାଇଛି । ବାଇକରେ ଟଙ୍କା ଡିପୋଜିଟ ପାଇଁ ଗଲାବେଳେ ଲୁଟେରାମାନେ ଗୁଳି କରି ଟଙ୍କା ଲୁଟ କରିନେଇଥିବା ଜଣାଯାଇଛି । ବାଇକରେ ଗୁଳି ବାଜିବାରୁ ବାଇକ ଆରୋହୀ ଜଣକ ବାଇକରୁ ଟଳି ପଡ଼ିଥିବା ଜଣାଯାଇଛି । ୩.୨ ଲକ୍ଷ ନେଇ ୩ ଜଣ ଲୁଟେରା ଚମ୍ପଟ ମାରିଛନ୍ତି ।