ବାଘ ସଫାରୀରେ କୁମ୍ଭୀର

ବାଘ ସଫାରୀରେ କୁମ୍ଭୀର

ବାଘ ସଫାରୀରେ କୁମ୍ଭୀର


ଭୁବନେଶ୍ୱର: ବାଘ ସଫାରୀରେ କୁମ୍ଭୀର ପଶିଗଲା । କୁମ୍ଭୀରକୁ ଦେଖି ରଡ଼ି ଛାଡ଼ିଲା ବାଘ । ଏମିତି ଏକ ଘଟଣା ନଜରକୁ ଆସିଛି ନନ୍ଦନକାନନରେ । ଏ ଖବର ପାଇବା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ଆରମ୍ଭ କରିଦେଇଥିଲେ ମିଶନ କୁମ୍ଭୀର । ପ୍ରାୟ ଦେଢ଼ ଫୁଟର କୁମ୍ଭୀରକୁ ବାଘ ରହୁଥିବା ସଫାରୀର ନାଳ ଭିତରୁ ଉଦ୍ଧାର କରାଯାଇଥିଲା । ତାକୁ ଆଣି ନନ୍ଦନକାନନର କୁମ୍ଭୀର ପ୍ରଜନନ କେନ୍ଦ୍ରରେ ରଖାଯାଇଛି । ତେବେ ବାଘ ସଫାରୀରରେ ଯେଉଁଠି ପାଣି ରହେ, ସେଥିରେ କୁମ୍ଭୀର ଛୁଆ ଥିଲା । ଆଉ ଗୋଟିଏ କୁମ୍ଭୀର ଛୁଆ ଏବେ ବି ଥିବା କୁହାଯାଉଛି । ତେବେ କୁମ୍ଭୀର ଛୁଆ ଉଦ୍ଧାର କରି ଅନ୍ୟତ୍ର ଆଣିବାକୁ କାର୍ଯ୍ୟ ଜାରି ରହିଛି ।