ମୂଳା ସହିତ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ, ବିପଦରେ ପଡିବେ

ମୂଳା ସହିତ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ, ବିପଦରେ ପଡିବେ

ମୂଳା ସହିତ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ, ବିପଦରେ ପଡିବେ

ଭୁବନେଶ୍ୱର : ଶୀତ ଋତୁରେ ବିଭିନ୍ନ ପନିପରିବା ମିଳିଥାଏ  । ସେଥିମଧ୍ୟରୁ ମୂଳା ଅନ୍ୟତମ  । ଖାଇବାକୁ ଏହା ବହୁତ ଭଲ ଲାଗିଥାଏ  ।  ସାଲାଡ ଓ ତରକାରୀର ସ୍ୱାଦିଷ୍ଟ କରିଥାଏ ମୂଳା  । କିନ୍ତୁ ଆପଣଙ୍କୁ ଏକଥା ଜାଣିବାକୁ ପଡିବ, ଏମିତି କିଛି ଜିନିଷ ରହିଛି ଯାହାକୁ ମୂଳା ସହ ମିଶାଇ ଖାଇଲେ ଶରୀର ପାଇଁ ହାନିକାରକ ହୋଇପାରେ  । ମୂଳା ଖାଇବା ବହୁତ ଭଲ , କିନ୍ତୁ କାହା ସହ ଖାଇବେ ନାହିଁ ଜାଣିବା ନିହାତି ଦରକାର ।

କଲରା  - ମୂଳା ଯଦି ଖାଉଛନ୍ତି ତ କଲରା ସହ ଖାଆନ୍ତୁ ନାହିଁ  । ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇପାରେ  । ଏହି ଋତୁରେ ପରିବାରୁ ଯେଉଁ ସବୁ ପ୍ରାକୃତିକ ତତ୍ତ୍ୱ ସବୁ ମିଳିଥାଏ , ତାହା ପରସ୍ପର ସହ ପ୍ରତିକ୍ରିୟା କରି ସ୍ୱାସ୍ଥ୍ୟ ସମସ୍ୟାରେ ପକାଇପାରନ୍ତି  । ଏହା ମଧ୍ୟ ଆପଣଙ୍କ ହାର୍ଟକୁ କ୍ଷତି ପହଁଚାଇପାରେ  ।

ସନ୍ତରା  - ଏହି ଋତୁରେ କମଳା ଖାଇବା ଭଲ , କିନ୍ତୁ ମୂଳା ଖାଉଥିବା ବେଳେ ଏହାକୁ ଖାଇବ ନାହିଁ  । ଏହା ସ୍ୱାସ୍ଥ୍ୟକୁ କ୍ଷତି କରିଥାଏ । ଏକଥା ମଧ୍ୟ  ସୂଚିତ ଅଛି ଯେ ଏହି ଦୁଇ ଜିନିଷ ଏକତ୍ର ଖାଇବା ଜହର ଭଳି ହୋଇଥାଏ  ।  ଏହା ପେଟ ସମ୍ୱନ୍ଧୀୟ ରୋଗ ସୃଷ୍ଟି କରିବା ସହ ଶରୀର ପାଇଁ ବିପଦ ଆଣିଥାଏ  ।

କାକୁଡି – କାକୁଡି ଖାଇଲେ ଶରୀର ଆବଶ୍ୟକୀୟ ଜଳ ପାଇଥାଏ  । ଶୀତରେ ଏହା ଖାଇବା ଭଲ ହୋଇଥାଏ  । କିନ୍ତୁ ସାବଧାନ , ଏହାକୁ ମୂଳା ସହ ଖାଆନ୍ତୁ ନାହିଁ  । ଲୋକେ କାକୁଡି ଓ ମୂଳାକୁ ଏକ ଉତ୍ତମ କମ୍ୱିନେସନ ଭାବେ ମିଶାଇ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଏହା ବହୁତ କ୍ଷତିକାରକ  ।

କ୍ଷୀର – ମୂଳାରେ ତିଆରି ଜନିଷ ଯଦି ଖାଉଛନ୍ତି ତ, ଅତିକମ୍‌ରେ ୨ ଘଣ୍ଟା ପରେ  ଦୁଗ୍ଧ ପିଅନ୍ତୁ  । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହେବ  ।