ଶପଥ କରୁଛି ଲାଞ୍ଚ ନେବିନି

ଶପଥ କରୁଛି ଲାଞ୍ଚ ନେବିନି

ଶପଥ କରୁଛି ଲାଞ୍ଚ ନେବିନି
ଭୁବନେଶ୍ୱର: ମୁଁ ଶପଥ କରି କହୁଛି କି ଲାଞ୍ଚ ନେବିନି କି କାହାକୁ ଲାଞ୍ଚ ଦେବିନି..... । ଏମିତି ଢଙ୍ଗରେ ସୋମବାର ପଞ୍ଚାୟତିରାଜ ଓ ଗଣଶିକ୍ଷା ବିଭାଗର କର୍ମଚାରୀମାନେ ଶପଥ ନେଇଛନ୍ତି । ଲୋକସଭା ଭବନରେ ଛିଡ଼ା ହୋଇ ସମ୍ପୃକ୍ତ ବିଭାଗର କର୍ମଚାରୀମାନେ ଲାଞ୍ଚ ନନେବା ଓ ନଦେବାକୁ ଶପଥ ନେଇଛନ୍ତି । ବିଭାଗର ପ୍ରମୁଖ ସଚିବଙ୍କ ଠାରୁ ତଳିଆ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ଶପଥ ନେଇଛନ୍ତି । ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ ଅବସରରେ ସେମାନେ ଶପଥ ନେଇଛନ୍ତି । ଶପଥ ପତ୍ରରେ ଲାଞ୍ଚ ନନେବା ସହ ରହିଛି ଅନେକ ହଲପ । ସାଧାରଣ ଲୋକଙ୍କ ପାଇଁ କାମ କରିବା ଓ ସ୍ୱଚ୍ଛତା ରଖିବାକୁ ପାଇଁ କର୍ମଚାରୀମାନେ ଶପଥ ନେଇଛନ୍ତି । ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ଯେଭଳି ଦୁର୍ନୀତିର ଛିଟା ନ ଲାଗେ ସେଥି ପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି ଜ୍ଝ ନିଜର କାର୍ୟ୍ୟକୁ ନିଷ୍ଠା ଓ ସାଧୁତାର ସହ ସମ୍ପାଦନ କରିବା ସହ ଲୋକଙ୍କର ହିତ ପାଇଁ କାର୍ୟ୍ୟ କରିବାକୁ ଆଜି ଶପଥ ନେଇଛନ୍ତି । ତେବେ କଣ ପାଇଁ ଏମିତି ଶପଥ କରାଇବାକୁ ପଡ଼ିଲା ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏଠାରେ ସୂଚନା ଥାଉ କି ପୂର୍ବରୁ ମୁଖ୍ୟମନ୍ତ୍ରୀ ମଧ୍ୟ ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ । କୌଣସି ସରକାରୀ ଅଧିକାରୀ ଦୁର୍ନୀତି କରୁଥିଲେ ତାଙ୍କୁ ଛଡ଼ାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ ।