୫ ଟଙ୍କିଆ ଆହାର ଖାଇଲେ ପ୍ରତାପ ଜେନା

୫ ଟଙ୍କିଆ ଆହାର ଖାଇଲେ ପ୍ରତାପ ଜେନା

୫ ଟଙ୍କିଆ ଆହାର ଖାଇଲେ ପ୍ରତାପ ଜେନା
ଭୁବନେଶ୍ୱର: ପୁଣି ଆଉ ଜଣେ ମନ୍ତ୍ରୀ ଖାଇଲେ ଆହାର । ସେ ହେଉଛନ୍ତି ପଞ୍ଚାୟତିରାଜ, ଆଇନ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ସୋମବାର ମନ୍ତ୍ରୀ ଶ୍ରୀ ଜେନା ଢେଙ୍କାନାଳ ଗସ୍ତରେ ଯାଇଥିଲେ । ଏହି ଅବସରରେ ସେ ପ୍ରଥମେ ପୌର ପରିଷଦର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ । ଏହି ସମୟରେ ମନ୍ତ୍ରୀ ପ୍ରତାପ ଜେନା ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ଓ ଯନ୍ତ୍ରୀ ରଶ୍ମୀ ମିଶ୍ରଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ମନ୍ତ୍ରୀ ପୌର ପରିଷଦର ସ୍ବଚ୍ଛତା କାର୍ୟ୍ୟକ୍ରମକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ମନ୍ତ୍ରୀ ପ୍ରତାପ ଜେନା ଢେଙ୍କାନାଳ ସହରରେ ଥିବା ଆହାର କେନ୍ଦ୍ରକୁ ଯାଇଥିଲେ । ସେଠାରେ ସେ ଲୋକଙ୍କ ଗହଣରେ ଖାଇ ଖାଦ୍ୟର ମାନ ଯାଞ୍ଚ କରିଥିଲେ। ଏହାପରେ ମନ୍ତ୍ରୀ ପ୍ରତାପ ଜେନା ସଦର ବ୍ଲକ କାର୍ୟ୍ୟାଳୟକୁ ଯାଇ ବିଭିନ୍ନ କାମର ସମୀକ୍ଷା କରିଥିଲେ। ସେ ଏହି ଅବସରରେ ପୋଖରୀଗୁଡ଼ିକର ପୁନରୁଦ୍ଧାର କରିବା ଲାଗି କହିଥିଲେ।ଏହାପରେ ସେ ଢ଼େଙ୍କାନାଳ ସହର ଉପକଣ୍ଠରେ ଥିବା ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଦର୍ଶନ କରିଥିଲେ।