ମହିଳା କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି କଲା ବିଜେପି

ମହିଳା କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି କଲା ବିଜେପି

ମହିଳା କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି କଲା ବିଜେପି
ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାଶପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତୁ୍ୟ ମାମଲାକୁ ନେଇ ଧୀରେ ଧୀରେ ରାଜନୀତି ଜୋର ଧରୁଛି । ଏହି ଘଟଣାରେ ସରପଞ୍ଚଙ୍କ ସ୍ୱାମୀଙ୍କୁ ଗିରଫ କରାଯିବା ପରେ ମୃତକଙ୍କ ପ୍ରତି ଏସପିଙ୍କ ଅପମାନସୂଚକ ମନ୍ତବ୍ୟ ବିରୋଧରେ ବିଜେପି ପକ୍ଷରୁ ତାଙ୍କ ବିରୋଧରେ ଏତଲା ମଧ୍ୟ ଦିଆଯାଇଛି । ଏବେ ଏହି ଘଟଣାରେ ମହିଳା କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି କରାଯାଇଛି । ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏଭଳି ଦାବି କରାଯାଇଛି । ଏନେଇ ମୋର୍ଚ୍ଚା ପକ୍ଷରୁ ତୋଷାଳୀ ଭବନସ୍ଥିତ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍ମିତାରାଣୀଙ୍କୁ ନ୍ୟାୟ ଦେବାରେ ମହିଳା କମିଶନ ଅଧ୍ୟକ୍ଷ ପକ୍ଷପାତିତା କରିଥିବା ଆନେ୍ଦାଳନକାରୀମାନେ ଅଭିଯୋଗ କରିଛନ୍ତି । ଅଧ୍ୟକ୍ଷା ଅଭିଯୁକ୍ତଙ୍କ ହାତବାରିସି ସାଜିଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସ୍ମିତାରାଣୀ ମୃତୁ୍ୟ ମାମଲାରେ ହୋଇଥିବା ତଦନ୍ତକୁ ନେଇ ସେ ସନ୍ତୁଷ୍ଟ ନଥିବା କମିଶନ ଅଧ୍ୟକ୍ଷା କହିଛନ୍ତି । ସେ କହିଛନ୍ତି ଯେ, ତଦନ୍ତରେ ସନ୍ତୁଷ୍ଟ ନାହୁଁ । କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଲେଖିଛୁ । ଯାଜପୁର ଏସପି ଯେପରି କହିଛନ୍ତି, ସେପରି କହିବାର ନଥିଲା । ଏସପିଙ୍କୁ ଗତ ୧୮ ତାରିଖରୁ ରିପୋର୍ଟ ମଗାଯାଇଛି । ବର୍ତ୍ତମାନ ସୁଦ୍ଧା ସେ ରିପୋର୍ଟ ଦେଇନାହାନ୍ତି । ୨ଥର ଯାଇ ତଦନ୍ତ କରିଛୁ, ଦରକାର ହେଲେ ଅଧିକ ତଦନ୍ତ ହେବ ।