ବାଣ ନେଲା ପ୍ରାଣ

ବାଣ ନେଲା ପ୍ରାଣ

ବାଣ ନେଲା ପ୍ରାଣ
ଖଲ୍ଲିକୋଟ: ଆଲୋକର ପର୍ବ ଦୀପାବଳିକୁ ନେଇ ଗତକାଲି ଚାରି ଆଡେ଼ ଉତ୍ସବର ମହୋଲ ସୃଷ୍ଟି ହୋଇଥିଲା । ହେଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଦୁଃଖର ବାଦଲ ଛାଇ ହେବା ଭଳି ଘଟଣା ଘଟିଛି । ବାଣ ଫୁଟି ଜଣକର ମୃତୁ୍ୟ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଶ୍ୟାମସୁନ୍ଦରପୁର ଗ୍ରାମରେ ହାତରେ ବାଣ ଫୁଟି ଯିବାରୁ ଏହି ଅଘଟଣ ଘଟିଛି । ଜଣେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ମୃତୁ୍ୟବରଣ କରିଥିବାବେଳେ ଜଣକୁ କଟକ ସ୍ଥାନାନ୍ତର କରାଯାଇଛି । ସେହିପରି କଇରାଶି ଗ୍ରାମରେ ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି ।