ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ପରଲୋକ

ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ପରଲୋକ

ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ପରଲୋକ
ଭୁବନେଶ୍ୱର : ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ପରଲୋକ ହୋଇଯାଇଛି । ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ସେ ଚିକିତ୍ସିତ ହେଉଥିଲେ । ପ୍ରାୟ ୨୦ ଦିନ ମୃତୁ୍ୟ ସହ ସଂଘର୍ଷ କରିବା ପରେ ଏକ ଘରୋଇ ହସପିଟାଲରେ ତାଙ୍କର ମୃତୁ୍ୟ ହୋଇଯାଇଛି । ସଲିଲଙ୍କ ମୃତୁ୍ୟରେ ଓଲିଉଡ଼ରେ ଶୋକର ଛାୟା ଖେଳିଯାଇଛି । ଗତ ମେ’ ୧୨ରେ ସଲିଲ କେନ୍ଦୁଝରରୁ କଟକ ଅଭିମୁଖେ ଫେରୁଥିଲେ । କେନ୍ଦୁଝର ଘଟଗାଁ କଲେଜ ଛକ ନିକଟରେ ଗୋରୁପଲ ହଠାତ ଗାଡ଼ି ସାମ୍ନାକୁ ଚାଲି ଆସିବାରୁ କାରଟି ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଥିଲା । ଫଳରେ ସଲିଲ ଓ ତାଙ୍କ ଚାଳକ ଗୁରୁତର ଭାବେ ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ପରେ ସଲିଲଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଥିଲା । ସଲିଲଙ୍କ ଡାହାଣ ହାତ ଓ ଗୋଡ଼ ଭାଙ୍ଗି ଯାଇଥିଲା । ତେବେ କାରରେ ଥିବା ଅନ୍ୟ ୩ ଜଣ କିନ୍ତୁ ସୁରକ୍ଷିତ ରହିଥିଲେ ।