ରାଜ୍ୟସଭାରୁ ଇସ୍ତଫା ଦେଲେ ସୌମ୍ୟରଂଜନ

ରାଜ୍ୟସଭାରୁ ଇସ୍ତଫା ଦେଲେ ସୌମ୍ୟରଂଜନ

ରାଜ୍ୟସଭାରୁ ଇସ୍ତଫା ଦେଲେ ସୌମ୍ୟରଂଜନ
ଭୁବନେଶ୍ୱର : ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ପଟ୍ଟନାୟକ ତାଙ୍କର ଇସ୍ତଫା ପତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ପଠାଇ ଦେଇଛନ୍ତି । ଚଳିତ ନିର୍ବାଚନରେ ସେ ଖଣ୍ଡପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ଖଣ୍ଡପଡ଼ାରୁ ବିଜୟୀ ହୋଇଥିବାରୁ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଉଛନ୍ତି ବୋଲି ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅବଗତ କରାଇଛନ୍ତି । ସୂଚନାଯୋଗ୍ୟଯେ, ଶ୍ରୀ ପଟ୍ଟନାୟକ ୨୦୧୮ ମାର୍ଚ୍ଚ ୧୫ରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଅପ୍ରେଲ ୪ରେ ସେ ରାଜ୍ୟସଭାରେ ଶପଥ ଗ୍ରହଣ କରିଥିଲେ । ଚଳିତ ନିର୍ବାଚନରେ ବିଜେଡ଼ିର ୬ ରାଜ୍ୟସଭା ସାଂସଦ ପ୍ରାର୍ଥୀ ହୋଇଥିଲେ । ବରଗଡ଼ ଲୋକସଭାରୁ ପ୍ରସନ୍ନ ଆଚାର୍ଯ୍ୟ, କନ୍ଧମାଳ ଲୋକସଭାରୁ ଅଚୁ୍ୟତ ସାମନ୍ତ ଓ କେନ୍ଦ୍ରାପଡ଼ା ଲୋକସଭାରୁ ଅନୁଭବ ମହାନ୍ତି ପ୍ରାର୍ଥୀ ହୋଇଥିଲେ । ଲୋକସଭା ନିର୍ବାଚନରେ ବିଜୟୀ ହେବା ପରେ ଅନୁଭବ ଓ ଅଚୁ୍ୟତ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇସାରିଛନ୍ତି । ଅପରପକ୍ଷରେ ବିଧାନସଭାରୁ ପ୍ରାର୍ଥୀ ହୋଇ ପ୍ରତାପ ଦେବ ଓ ସୌମ୍ୟରଂଜନ ପଟ୍ଟନାୟକ ବିଜୟୀ ହୋଇଥିଲେ । ସୌମ୍ୟ ଇସ୍ତଫା ଦେଇଥିବାବେଳେ ୭ରେ ପ୍ରତାପ ଇସ୍ତଫା ଦେବେବୋଲି ଜାଣିବାକୁ ମିଳିଛି ।