ସଚିବଙ୍କୁ କଡା ତାଗିଦ, ଯୋଜନାର ରୂପାୟନରେ ହେବନି ବିଳମ୍ବ ।

ସଚିବଙ୍କୁ କଡା ତାଗିଦ, ଯୋଜନାର ରୂପାୟନରେ ହେବନି ବିଳମ୍ବ ।

ସଚିବଙ୍କୁ କଡା ତାଗିଦ, ଯୋଜନାର ରୂପାୟନରେ ହେବନି ବିଳମ୍ବ ।
ଯୋଜନାର ରୂପାୟନରେ ବିଳମ୍ବ ହେଲେ ସଚିବ ଦାୟୀ ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ସୁଶାସନ ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ଗୋଟିଏ ପରେ ଗୋଟିଏ ଜନହିତକର ଯୋଜନା କାର୍ଯ୍ୟକାରୀ କରାଯାଉଛି । ହେଲେ ବିଭାଗୀୟ ମୁଖ୍ୟମାନେ ଯୋଜନାର ସଫଳ ରୂପାୟନ ଦିଗରେ ଗୁରୁତ୍ୱ ଦେଉନାହାନ୍ତି । ଫଳରେ ଲୋକଙ୍କ ନିକଟରେ ସରକାରୀ ଯୋଜନା ଠିକଣା ଭାବେ ପହଞ୍ଚି ପାରୁନାହିଁ । ଏଭଳି ବିଭିନ୍ନ ଯୋଜନା ବାଟବଣା ହେଉଥିବା ନେଇ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଅଭିଯୋଗର ପାହାଡ଼ ଛିଡ଼ା ହୋଇଛି । ଏହାକୁ ନେଇ ମୁଖ୍ୟ ଶାସନ ସଚିବ ଅସିତ କୁମାରୀ ତ୍ରିପାଠୀ ଅସନ୍ତୋଷ ବ୍ୟକ୍ତ କରିବା ସହିତ ସବୁ ବିଭାଗ ସଚିବଙ୍କୁ କଡା ତାଗିଦା କରିଛନ୍ତି । ନିକଟରେ ଶ୍ରୀ ତ୍ରିପାଠୀ ଏ ନେଇ ସବୁ ବିଭାଗକୁ ଏକ ନୋଟ ପ୍ରଦାନ କରି ସରକାରୀ ଯୋଜନାର ସଫଳ ରୂପାୟନ ନେଇ ତାଗିଦା କରାଇଛନ୍ତି । ସେ ଦର୍ଶାଇଛନ୍ତି ରାଜ୍ୟ ସରକାର ୫-ଟି ନୀତି ଆଧାରରେ ଯୋଜନାର ବାସ୍ତବ ରୂପାୟନ ନେଇ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ତାହା କେତେକ କ୍ଷେତ୍ରରେ ପାଳନ ହେଉନାହିଁ । ନିର୍ଦ୍ଦିଷ୍ଟ ସମୟରେ ଯୋଜନା କାର୍ଯ୍ୟକାରୀ ନ ହେଲେ ସେହି ବାବଦକୁ ଅଟକଳ ହୋଇଥିବା ଅର୍ଥ ନିରର୍ଥକ ହେଉଛି । ସରକାରୀ ସ୍ତରରେ ବୈଠକ ବେଳେ ଯେଉଁ ଯୋଜନାକୁ ନିର୍ଦ୍ଦଷ୍ଟ ସମୟ ମଧ୍ୟରେ ଲୋକଙ୍କ ନିକଟକୁ ପରିବର୍ତ୍ତନ କରିବାକୁ କୁହାଯାଇଛି ତାକୁ କର । ନଚେତ ସରକାର ଅସ୍ୱାଭାବିକ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଆଗାମୀ ଦିନରେ ଏସବୁକୁ ଆଉ ବରଦାସ୍ତ କରାଯିବ ନାହିଁ । ଯଦି ନିର୍ଦ୍ଦିଷ୍ଟ ସମୟ ଠାରୁ ୪୮ ଘଣ୍ଟା ବିଳମ୍ବରେ ଯୋଜନା କାର୍ଯ୍ୟକାରୀ ହେବାର ଖବର ମିଳିବ ସେ କ୍ଷେତ୍ରରେ ସଚିବଙ୍କୁ ଦାୟୀ କରାଯିବ । କେଉଁ କାରଣ ପାଇଁ ଯୋଜନା କାର୍ଯ୍ୟକାରୀରେ ବିଳମ୍ବ ହେଲା ସେ ନେଇ ସଚିବ ଲିଖିତ ଭାବେ ସ୍ୱାକ୍ଷର କରି ଜଣାଇବେ । ଏହାକୁ ସରକାର ଗୁରୁତର ସହ ଗ୍ରହଣ କରିଛନ୍ତି ବୋଲି ଶ୍ରୀ ତ୍ରିପାଠୀ ଚେତାଇଛନ୍ତି ।