ସାନ ଭାଇର ଜିଭକୁ କାମୁଡି ଛିଡାଇଦେଲା ମଝିଆ ଭାଇ

ସାନ ଭାଇର ଜିଭକୁ କାମୁଡି ଛିଡାଇଦେଲା ମଝିଆ ଭାଇ

ସାନ ଭାଇର ଜିଭକୁ କାମୁଡି ଛିଡାଇଦେଲା ମଝିଆ ଭାଇ
ଖଡ଼ିଆଳ/ନୂଆପଡ଼ା - ଖଡ଼ିଆଳ ଥାନା ଅନ୍ତର୍ଗତ ଲାଂଜି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ବଡ଼ ଭାଇ ଓ ସାନ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ସମାଧାନ କରିବାକୁ ଯାଇ ମଝିଆ ଭାଇ ଆକ୍ରମଣର ଶିକାର ହୋଇଛନ୍ତି। ସାନଭାଇ ମଝିଆ ଭାଇ ଅର୍ଜୁନ ମାଝୀଙ୍କର ଜିଭକୁ ଦାନ୍ତରେ କାମୁଡ଼ି ଛିଣ୍ଡାଇ ଦେଇଥିବା ଖଡ଼ିଆଳ ଥାନାରେ ଏକ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଲାଂଜି ନିବାସୀ କାର୍ତ୍ତିକ ମାଝୀଙ୍କର ତିନି ପୁଅ। ଏମାନେ ସମସ୍ତେ ବିବାହିତ ହୋଇଥିବାରୁ ଅଲଗା ଅଲଗା ରହୁଥିଲେ। ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟାରେ କାର୍ତ୍ତିକଙ୍କ ବଡ଼ ପୁଅ ସତ୍ୟପାଳ ସାନ ଭାଇ ନେପାଳଙ୍କ ସହିତ ପାରିବାର ବିଷୟକୁ ନେଇ ଗଣ୍ଡଗୋଳ କରିଥିଲା। ଏହି ଗଣ୍ଡଗୋଳ ପରେ ହିଂସାର ରୂପ ନେଇଥିଲା। ଦୁଇ ଭାଇଙ୍କ ମଧ୍ୟରେ ହାତାହାତି ହୋଇଥିଲା। ମାଡ଼ପିଟକୁ ଦେଖି ମଝିଆ ଭାଇ ଅର୍ଜ୍ଜୁନ ନେପାଳ ଓ ସତ୍ୟପାଳଙ୍କ ମଧ୍ୟରେ ଝଗଡ଼ା ସମାଧାନ କରିବାକୁ ଉଦ୍ୟମ କରିଥିଲେ। ଏଥିରେ ରାଗି ଯାଇ ଅର୍ଜ୍ଜୁନଙ୍କୁ ନେପାଳ ଆକ୍ରମଣ କରିଥିଲା। ସେ ଅର୍ଜୁନର ବେକକୁ ଧରି ଜିଭ ବାହାର କରିବା ପରେ କାମୁଡି ଦେଇ ଛିଣ୍ଡାଇ ଦେଇଥିଲ । ଫଳରେ ଅର୍ଜ୍ଜୁନଙ୍କୁ ଗୁରୁତର ଭାବେ ହସପିଟାଲରେ ଭର୍ତି କରାଯାଇଥିଲା । ଖଡ଼ିଆଲ ଥାନା ଆଇଆଇସି କୈଳାଶ ଚନ୍ଦ୍ର ସେଠି ପ୍ରକାଶ କରିଛନ୍ତି, ଅଭିଯୁକ୍ତକୁ ଗିରଫ କରାଯାଇଛି। ଏହି ମାମଲାର ତଦନ୍ତ କରିବା ପାଇଁ ଏଏସଆଇ ଦେବାର୍ଚ୍ଚନ ନିଆଲକୁ ଦାୟିତ୍ୱ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି।