ସୁଶାନ୍ତ ମୃତୁ୍ୟ ମାମଲା: ଷ୍ଟାଟସ ରିପୋର୍ଟ ପାଇଁ ଜନସ୍ୱାର୍ଥ ମାମଲା

ସୁଶାନ୍ତ ମୃତୁ୍ୟ ମାମଲା: ଷ୍ଟାଟସ ରିପୋର୍ଟ ପାଇଁ ଜନସ୍ୱାର୍ଥ ମାମଲା

ସୁଶାନ୍ତ ମୃତୁ୍ୟ ମାମଲା: ଷ୍ଟାଟସ ରିପୋର୍ଟ ପାଇଁ ଜନସ୍ୱାର୍ଥ ମାମଲା
ନୂଆଦିଲ୍ଲୀ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ମାମଲା ତଦନ୍ତର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିଦେ୍ର୍ଧଶ ଦେବାକୁ ସୁପି୍ରମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଏହି ଆବେଦନ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ସୁପି୍ରମକୋର୍ଟଙ୍କ ନିଦେ୍ର୍ଧଶ କ୍ରମେ ଅଗଷ୍ଟ ୧୯ ତାରିଖରୁ ସୁଶାନ୍ତଙ୍କ ମୃତୁ୍ୟ ମାମଲାର ତଦନ୍ତ ଭାର ସିବିଆଇ ହାତକୁ ଯାଇଥିଲା । ଏ ଭିତରେ ୪ ମାସ ବିତିଯାଇଥିଲେ ବି ସିବିଆଇ ତଦନ୍ତ ଶେଷ କରି ନାହିଁ । ସୁଶାନ୍ତଙ୍କ ପରିବାର ସଦସ୍ୟ, ଶୁଭେଚ୍ଛୁ ଔ ପ୍ରଶଂସକମାନେ ତାଙ୍କ ମୃତୁ୍ୟର ପ୍ରକୃତ କାରଣ ଜାଣିବାକୁ ଅପେକ୍ଷା କରି ରହିଥିବା ବେଳେ ଅନ୍ୟ କୌଣସି ଉତ୍ତର ସିବିଆଇ ପକ୍ଷରୁ ମିଳିନାହିଁ । ସିବିଆଇ ଦାୟିତ୍ୱହୀନ ଭାବେ ଏହାର ତଦନ୍ତ କରୁଥିବା ବେଳେ ଅକାରଣେ ତଦନ୍ତରେ ବିଳମ୍ବ କରୁଛି । ଏଣୁ ଏଥିରେ କୋର୍ଟ ହସ୍ତକ୍ଷେପ କରନ୍ତୁ ବୋଲି ଆବେଦନକାରୀ ଅନୁରୋଧ କରିଛନ୍ତି ।