ଆଜି ଆନ୍ଧ୍ରପ୍ରଦେଶରେ ଶପଥ ଗ୍ରହଣ କଲେ ୫ ଉପମୁଖ୍ୟମନ୍ତ୍ରୀ

ଆଜି ଆନ୍ଧ୍ରପ୍ରଦେଶରେ ଶପଥ ଗ୍ରହଣ କଲେ ୫ ଉପମୁଖ୍ୟମନ୍ତ୍ରୀ

ଆଜି  ଆନ୍ଧ୍ରପ୍ରଦେଶରେ ଶପଥ ଗ୍ରହଣ କଲେ ୫ ଉପମୁଖ୍ୟମନ୍ତ୍ରୀ
ଅମରାବତୀ: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହ ୱାଇଏସଆରସିପି ମୁଖ୍ୟ ଜଗନ ରେଡ୍ଡୀ ସର୍ବଜନ ସୁଖିନଃ ନୀତି ଆପଣାଇଛନ୍ତି । ଏକ ବୃହତ ପଦକ୍ଷେପ ସ୍ୱରୂପ ରାଜ୍ୟରେ ୫ ଜଣ ଉପ-ମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯିବ ବୋଲି ସେ ଶୁକ୍ରବାର ଘୋଷଣା କରିଥିଲେ । ଏଥିସହ ଶନିବାର ୨୫ ମନ୍ତ୍ରୀଙ୍କୁ ନେଇ ସେ ନିଜର ସମ୍ପର୍ଣ୍ଣ କ୍ୟାବିନେଟ ଶପଥ ଗ୍ରହଣ କରିବେ ବୋଲି ଜଗନ ବିଧାୟକ ଦଳର ବୈଠକରେ ପ୍ରକାଶ କରିଥିଲେ । ଆଜି ଆନ୍ଧ୍ରପ୍ରଦେଶର ଶପଥ ଗ୍ରହଣ କଲେ ୫ ଜଣ ଉପମୁଖ୍ୟମନ୍ତ୍ରୀ । ସେମାନଙ୍କ ମଧ୍ୟରୁ ହେଲେ ଆନ୍ଧ୍ରର ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ନେତା ଏବଂ ଚନ୍ଦ୍ରବାବୁ ନାଇଡୁ ରାଜ୍ୟରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଥିଲେ । ସେମାନେ ହେଲେ ନିମ୍ମାକାୟାଲା ଚିନ୍ନା ରାଜପ୍ପା ଏବଂ କେ.ଇ. କ୍ରିଷ୍ଣମୂର୍ତି । ଏମାନେ ଗୃହ ଏବଂ ରାଜସ୍ୱ ବିଭାଗ ଦାୟିତ୍ୱରେ ଥିଲେ । ସେହିଭଳି ତେଲେଙ୍ଗାନାରେ ଟିଆରଏସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମଧ୍ୟ ତାଙ୍କ ନେତୃତ୍ୱାଧୀନ ପୂର୍ବ ସରକାରରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରି ସେମାନଙ୍କୁ ଗୃହ ଏବଂ ଉଚ୍ଚଶିକ୍ଷା ବିଭାଗ ଦାୟିତ୍ୱ ପ୍ରଦାନ କରିଥିଲେ ।