ଆମେରିକା ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ଓ ବନ୍ଧୁତ୍ୱ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଆରମ୍ଭ
ଆମେରିକା ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ଓ ବନ୍ଧୁତ୍ୱ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଆରମ୍ଭ
admin
Feb 25, 2020 - 09:57
Updated: Feb 25, 2020 - 09:57
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦିଲ୍ଲୀର ହାଇଦ୍ରାବାଦ ହାଉସଠାରେ ପ୍ରଥମ ବୈଠକ ହୋଇଥିଲା । ଟ୍ରମ୍ପ କହିଛନ୍ତି, ଭାରତ ମାଟିରେ ତାଙ୍କୁ ଯେମିତି ସ୍ୱାଗତ କରାଯାଇଥିଲା, ତାହା ଅବିସ୍ମରଣୀୟ । ଏଥିପାଇଁ ପ୍ରତ୍ୟେକ ଆମେରିକୀୟ ଗର୍ବିତ ହେବା ସହ ଭାରତୀୟଙ୍କ ନିକଟରେ କୃତଜ୍ଞ । ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷୀକ ସଂପର୍କ ଓ ବନ୍ଧୁତ୍ୱ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଯାଇଛି । ଏ ସଂପର୍କରେ ଆଗାମୀ ଦିନରେ ଆହୁରୀ ଆଗକୁ ବଢିବା ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ସୃଷ୍ଟି କରିବ ।
କେବଳ ମାତ୍ର ସାମରିକ ନୁହେଁ; ବାଣିଜ୍ୟିକ, ଆର୍ଥିକ, ଶକ୍ତି, ବିଶ୍ୱ ଯୋଗାଯୋଗ ଠାରୁ ଆରମ୍ଭ କରି ସାଂସ୍କୃତିକ ପର୍ୟ୍ୟୃନ୍ତ ସବୁ କ୍ଷେତ୍ରରେ ଉଭୟ ଦେଶ ଏବେ ମିଳିତ ଭାବେ କାର୍ୟ୍ୟ କରିବେ। ଭାରତକୁ ସାମରିକ ହେଲିକପ୍ଟର ବିକ୍ରୟ ନିମନ୍ତେ ଆଜି ଆମେରିକା ୩ ବିଲିୟନ ଡଲାରର ଏକ ଚୁକ୍ତି ସ୍ୱାକ୍ଷରିତ କରିଛି। ଏଣିକି ଆମେରିକା କେବଳ ମାତ୍ର ସାମରିକ ଯୁଦ୍ଧାସ୍ତ୍ର ଓ ସାଜସରଞ୍ଜାମ ଭାରତକୁ ବିକ୍ରୟ କରିବ ନାହିଁ ବରଂ ଏହାକୁ ନିର୍ମାଣ କରିବାର ଜ୍ଞାନ କୌଶଳ ମଧ୍ୟ ଦେବ। ଶକ୍ତି କ୍ଷେତ୍ରରେ ଭାରତର ସମସ୍ତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମେରିକା ପ୍ରତିଶ୍ରୁତିବଦ୍ଧ। ଭାରତୀୟ ମହିଳା ଶିଳ୍ପଦ୍ୟୋଗୀ ଓ ଭାରତୀୟ ମହିଳାମାନଙ୍କର ଶକକ୍ତିକରଣ ଦିଗରେ ଆମେରିକା ଭାରତକୁ ସବୁମତେ ସାହାଯ୍ୟ ସହଯୋଗ କରିବ ବୋଲି କହିବା ସହ ଏବେ ବିଶ୍ୱରୁ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଏବେ ଉଭୟ ଦେଶ ମିଳିତ ଭାବେ କାର୍ୟ୍ୟ କରିବେ ବୋଲି ଏହି ଅବସରରେ କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ।