କେଉଁ ରାଶି ଲାଗି ଶୁଭ କଳା ସୂତା, ଜାଣନ୍ତୁ ଆଉ ପିନ୍ଧନ୍ତୁ
କେଉଁ ରାଶି ଲାଗି ଶୁଭ କଳା ସୂତା, ଜାଣନ୍ତୁ ଆଉ ପିନ୍ଧନ୍ତୁ
ଭୁବନେଶ୍ୱର: କିଛି ଲୋକ ହାତ ଗୋଡ଼ରେ କଳା ସୂତା ବାନ୍ଧି ଥିବାର ଦେଖାଯାଏ। କେହି କେହି ଗଳାରେ ବି କଳା ସୁତା ବାନ୍ଧିଥାନ୍ତି। କୁହାଯାଏ ଖରାପ ନଜରରୁ ବଞ୍ଚାଇବା ପାଇଁ ଲୋକେ କଳା ସୁତା ବାନ୍ଧିଥାନ୍ତି। ତେବେ ଆପଣ ଜାଣନ୍ତି କି କଳା ସୁତା ସମସ୍ତଙ୍କ ପାଇଁ ଶୁଭ ହୋଇନଥାଏ।
ଏମିତିରେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଳା ସୁତା କିଛି ରାଶିର ଲୋକେ ଭୁଲରେ ପିନ୍ଧିବା କଥା ନୁହେଁ। ଆସନ୍ତୁ ଜାଣିବା କେଉଁ ରାଶିର ଲୋକେ କଳା ସୁତା ପିନ୍ଧିବା କଥା ନୁହେଁ।
ଏହି ୨ ରାଶିର ଲୋକେ ଭୁଲରେ କଳା ସୁତା ପିନ୍ଧିବା କଥା ନୁହେଁ :
ମେଷ :
ମେଷ ରାଶିର ସ୍ୱାମୀ ଗ୍ରହ ମଙ୍ଗଳ ଦେବତା। ମଙ୍ଗଳଙ୍କ କଳା ରଙ୍ଗ ପ୍ରତି ଶତ୍ରୁତା ଥାଏ। ତେଣୁ ଏହି ରାଶିର ବ୍ୟକ୍ତି କଳା ସୁତା ପିନ୍ଧିବା କଥା ନୁହେଁ। ଯଦି ମେଷ ରାଶି ଲୋକେ କଳା ସୁତା ପିନ୍ଧନ୍ତି ତେବେ କିଛି ଅନିଷ୍ଟ ହୋଇପାରେ।
ବିଛା :
ବିଛା ରାଶିର ସ୍ୱାମୀ ଗ୍ରହ ମଙ୍ଗଳ ଦେବତା ଜ୍ଝ ମେଷ ରାଶି ଭଳି ମଙ୍ଗଳଙ୍କ କଳା ରଙ୍ଗ ପ୍ରତି ଶତ୍ରୁତା ଥାଏ। ତେଣୁ ଏହି ରାଶିର ବ୍ୟକ୍ତି କଳା ସୁତା ପିନ୍ଧିବା କଥା ନୁହେଁ। ଯଦି ମେଷ ରାଶି ଲୋକେ କଳା ସୁତା ପିନ୍ଧନ୍ତି ତେବେ ମଙ୍ଗଳଙ୍କ ଶୁଭ ପ୍ରଭାବ ନଷ୍ଟ ହୋଇଥାଏ ଓ ଏଥି ପାଇଁ ଅନିଷ୍ଟ ହୋଇପାରେ।




admin 