ଗତ ୨୪ ଘଣ୍ଟାରେ ୭୦ ହଜାରରୁ କମ୍‌ ଆକ୍ରାନ୍ତ ଚିହ୍ନଟ : ଆକ୍ରାନ୍ତ ଓ ସଂକ୍ରମିତ ସଂଖ୍ୟାରେ ସାମାନ୍ୟ ହ୍ରାସ

ଗତ ୨୪ ଘଣ୍ଟାରେ ୭୦ ହଜାରରୁ କମ୍‌ ଆକ୍ରାନ୍ତ ଚିହ୍ନଟ : ଆକ୍ରାନ୍ତ ଓ ସଂକ୍ରମିତ ସଂଖ୍ୟାରେ ସାମାନ୍ୟ ହ୍ରାସ

ଗତ ୨୪ ଘଣ୍ଟାରେ ୭୦ ହଜାରରୁ କମ୍‌ ଆକ୍ରାନ୍ତ ଚିହ୍ନଟ : ଆକ୍ରାନ୍ତ ଓ ସଂକ୍ରମିତ ସଂଖ୍ୟାରେ ସାମାନ୍ୟ ହ୍ରାସ
ନୂଆଦିଲ୍ଲୀ : ଗତ ମାସ ପରେ ଦେଶରେ କରୋନା ଆକ୍ରାନ୍ତ ଓ ସଂକ୍ରମିତଙ୍କସଂଖ୍ୟାରେ ସାମାନ୍ୟ ହ୍ରାସ ହୋଇଛି । ଦିନକରେ ଦେଶରେ ୭୦ ହଜାରରୁ କମ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ୬୧ ହଜାର ୨୬୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୮୮୪ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬ ଲକ୍ଷ ୮୫ହଜାର ୮୩ରେ ପହଞ୍ଚିଛି । ସେହିପରି ଦେଶରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩ ହଜାର ୫୬୯କୁ ବୃଦ୍ଧି ହୋଇଛି । ଦେଶରେ ଆକ୍ଟିଭ୍‌ କେସ୍‌ ୯ ଲକ୍ଷ ୧୯ ୨୩ ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି ୫୬ ଲକ୍ଷ ୬୨ ହଜାର ୪୯୦ ଜଣ ।