ଗୋଟିଏ ସୁନ୍ଦର ନୃତ୍ୟ ପାଇଁ ୩ କୋଟି ଖର୍ଚ୍ଚ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଗୋଟିଏ ସୁନ୍ଦର ନୃତ୍ୟ ପାଇଁ ୩ କୋଟି ଖର୍ଚ୍ଚ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଗୋଟିଏ ସୁନ୍ଦର ନୃତ୍ୟ ପାଇଁ ୩ କୋଟି ଖର୍ଚ୍ଚ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଏସଏସ ରାଜାମୌଲୀ ସିନେ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ସୁନ୍ଦର ନୃତ୍ୟ ଉପହାର ଦେଇଆସୁଛନ୍ତି । ଏବେ ସେ ତାଙ୍କ ନୂଆ ସିନେମା ‘ଆରଆରଆର’ରେ ଥିବା ଏକ ଗୀତଦୃଶ୍ୟର ସୁଟିଂ ପାଇଁ ଏକ ବିଶାଳ ସେଟ୍ ପ୍ରସ୍ତୁତ କରିଛନ୍ତି । ନିଜ କ୍ୟାରିୟରରେ ଏହା ବୋଧେ ସବୁଠୁ ଚମକ୍ରାର ଦୃଶ୍ୟ ହେବ । କାହିଁକି ଜାଣନ୍ତି? ଏଇ ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରରେ ଥିବା ଜୁନିୟର ଏନଟିଆର ଓ ରାମଚରଣଙ୍କ ସହ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଅଛନ୍ତି । କେବଳ ଏଇ ଗୀତଦୃଶ୍ୟ ପାଇଁ ୩ କୋଟି ଟଙ୍କାର ବଜେଟ ଅଟକଳ କରାଯାଇଛି । ଗୀତଦୃଶ୍ୟରେ ଏନଟିଆର, ରାମଚରଣ ଓ ଆଲିଆଙ୍କ ପ୍ରଚ୍ଛଦରେ ପାଖାପାଖି ୧୦୦୦ଜଣ ନୃତ୍ୟଶିଳ୍ପୀ ରହିବେ । ଏହାର ସୁଟିଂ ହାଇଦ୍ରାବାଦରେ ଥିବା ଏକ ଷ୍ଟୁଡିଓ ପରିସରରେ ହେବ । ଶୁଣାଯାଉଛି ଜୁଲାଇ ୧୮ ତାରିଖରୁ ନିଦେ୍ର୍ଧଶକ ରାଜାମୌଲୀ ‘ଆରଆରଆର’ ଚଳଚ୍ଚିତ୍ରର ପ୍ରୋମୋସନ ଆରମ୍ଭ କରିବେ । ଯଦିଓ କୋଭିଡ ସଂକ୍ରମଣକୁ ନେଇ ନିଦେ୍ର୍ଧଶକ ରାଜାମୌଲୀ ଟିକେ ଚିନ୍ତିତ ଅଛନ୍ତି, ତଥାପି ସେ କହିଛନ୍ତି ସୁଟିଂ ବେଳେ ଯେ ସୁଟିଂସେଟରେ କୋଭିଡ ବାବଦରେ ସରକାର କରିଥିବା ସମସ୍ତ କଟକଣାକୁ ମାନିବେ । ଗୀତଦୃଶ୍ୟ ପୂର୍ବରୁ ହେବାକୁ ଥିବା ରିହର୍ସାଲ ଓ ଚୂଡ଼ାନ୍ତ ଚିତ୍ରୋତ୍ତୋଳନରେ ଅଂଶଗ୍ରହଣ କରିବାକୁ ଥିବା ସମସ୍ତ ନୃତ୍ୟଶିଳ୍ପୀଙ୍କର କୋଭିଡ ଟେଷ୍ଟ କରାଯିବ । ଏଇ ଗୀତଦୃଶ୍ୟର ସୁଟିଂ ସାତ ଦିନ ପର୍ଯ୍ୟନ୍ତ ଚାଲିବ । ଏହାର ପ୍ରୋମୋସନ ମଧ୍ୟ ପ୍ରତିଟି ଭାରତୀୟ ଭାଷା ଅଧାରରେ କରାଯିବ । ଅକ୍ଟୋବର ୧୩ ତାରିଖରେ ସାରା ବିଶ୍ୱରେ ଫିଲ୍ମ ‘ଆରଆରଆର’ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି ।