ଜମି ବିବାଦରୁ ବଡ଼ ବାପା, ଭାଇକୁ ହତ୍ୟା

ଜମି ବିବାଦରୁ ବଡ଼ ବାପା, ଭାଇକୁ ହତ୍ୟା

ଜମି ବିବାଦରୁ ବଡ଼ ବାପା, ଭାଇକୁ ହତ୍ୟା

ନବରଙ୍ଗପୁର: ପୁତୁରାର ଟାଙ୍ଗିଆ ଓ ଛୁରୀ ଚୋଟରେ ବଡ ବାପା ମୃତ, ଭାଇ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ଉମରକୋଟ ବ୍ଲକ୍ ଅନ୍ତର୍ଗତ ବୁର୍ଜା ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ଖାଡି ଗଣ୍ଡ । ଅଭିଯୁକ୍ତକୁ ଅଟକ ରଖି ଅଧିକ ତଦନ୍ତ କରୁଛି ଉମରକୋଟ ପୋଲିସ ।ସୂଚନା ଅନୁଯାୟୀ ବୁର୍ଜା ଗ୍ରାମର ବାଘପାରା ସାହିରେ ରହୁଥିବା ଖାଡି ଗଣ୍ଡ ଓ ତାଙ୍କ ସାନ ଭାଇଙ୍କ ମଧ୍ୟରେ ପୂର୍ବରୁ ଜମିଜମା ବିବାଦ ଲାଗି ରହିଥିଲା । ଖାଡି ଗଣ୍ଡ ଗତକାଲି ଘରେ ରହିଥିବା ସମୟରେ ତାଙ୍କ ସାନ ଭାଇଙ୍କ ଦୁଇ ପୁଅ ହଠାତ୍ ଘର ମଧ୍ୟକୁ ପଶି ଆସି ଟାଙ୍ଗିଆ ଓ ଏକ ଛୁରୀରେ ଆକ୍ରମଣ କରିଥିଲେ । ଫଳରେ ପୁତୁରାର ଟାଙ୍ଗିଆ ଚୋଟରେ ଖାଡି ଗଣ୍ଡଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣରେ ଘାଡିଙ୍କ ପୁଅ ରବିନ୍ଦ୍ର ଗଣ୍ଡଙ୍କ କାନ୍ଧ ଓ ଛାତିରେ ଆଘାତ ଲାଗିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଯାଇଥିଲା ।ଏନେଇ ଖବର ପାଇ ଉମରକୋଟ ଥାନା ଅଧିକାରୀ ନରେଶ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଜଣେ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି । ଏଥି ସହ କଳାହାଣ୍ଡିରୁ ଏକ ସାଇନଟିଫିକ ଟିମ୍ ପହଞ୍ଚି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣା ଘଟାଇ ଥିବା ଆହୁରି ତିନି ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ପୋଲିସ ପ୍ରକାଶ କରିଛି ।