ମାଓବାଦୀଙ୍କ ବର୍ବର କାଣ୍ଡ

ମାଓବାଦୀଙ୍କ ବର୍ବର କାଣ୍ଡ

ମାଓବାଦୀଙ୍କ ବର୍ବର କାଣ୍ଡ
ମାଲକାନଗିରି: ମାଥିଲ ଥାନା ଶେରାଗୁଡା ନିକଟରେ ଲାଲବାହୀନର ବର୍ବର କାଣ୍ଡ । ଗଳା କାଟି ଯୁବକଙ୍କୁ ହତ୍ୟା କଲେ, ଗାଡି ପୋଡିଦେଲେ ମାଓବାଦୀ । ରାସ୍ତାକାମକୁ ବିରୋଧ କରି ଠିକାଦାରଙ୍କ ସଂପର୍କୀୟଙ୍କୁ ହତ୍ୟା ଏବଂ ରାସ୍ତା କାର୍ଯ୍ୟରେ ନିୟୋଜିତ ଥିବା ଗୋଟିଏ ଜେସିବି ଓ ହାଇୱା ଗାଡିକୁ ପୋଡି ଦେଇଛନ୍ତି ମାଓବାଦୀ । ଆଜି ସକାଳୁ ମୃତ ଦେହ ଉଦ୍ଧାର କରିବା ସହ ନିର୍ବାଚନ ଆଗରୁ ମାଓବାଦୀଙ୍କ ଏଭଳି କାଣ୍ଡ ପୋଲିସ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଘଟଣାସ୍ଥଳରେ ଲାଲବାହିନୀର ଧମକପୂର୍ଣ୍ଣ ପୋଷ୍ଟର, ପୋଲିସର ତନାଘନା ଜାରି ରହିଛି । ଦକ୍ଷିଣ ବସ୍ତର ମାଓ ସଂଗଠନ ହିଂସାକାଣ୍ଡ ଘଟାଇଥିବା ସୂଚନା ମିଳିଛି ।