ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ଟିକା ଦିଆଯିବ

ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ଟିକା ଦିଆଯିବ

ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ଟିକା ଦିଆଯିବ
ଭୁବନେଶ୍ୱର : ରାଜ୍ୟରେ କୋଭିସିଲଡ଼ର ୪ ଲକ୍ଷ ୮ ହଜାର ଡୋଜ ଓ କୋଭାକ୍ସିନର ୨୦ ହଜାର ଡୋଜ ଟିକା ପହଁଚି ଯାଇଛି । ରାଜ୍ୟ ଟିକା ଭଣ୍ଡାରରୁ ଏହି ଟିକା ବିଭିନ୍ନ ଜିଲ୍ଲାକୁ ପଠାଯାଇଛି । କଟକ, ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାକୁ ସର୍ବାଧିକ ଟିକା ଯୋଗାଣ କରାଯାଇଥିବା ଜାଣିବାକୁ ମିଳିଛି । ତେବେ ଦେବଗଡ଼କୁ ସବୁଠାରୁ କମ ଟିକା ପଠାଯାଇଛି । କଟକ ଜିଲ୍ଲାରେ ସର୍ବାଧିକ ୧୭୧୯୦ ଟିକା, ଗଞ୍ଜାମ ପାଇଁ ୧୫୧୨୦ ଡୋଜ, ମୟୂରଭଞ୍ଜ ୧୦୭୧୦, ସୁନ୍ଦରଗଡ଼ ୯୯୪୫ ଓ ଭୁବନେଶ୍ୱରରେ ୯ ହଜାର ଟିକା ଡୋଜ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ କେଉଁ ଜିଲ୍ଲାରେ କେତେ ଜଣଙ୍କୁ କରୋନା ଟିକା ପ୍ରଦାନ କରାଯିବ ସେନେଇ ରାଜ୍ୟ ସରକାର ତଥ୍ୟ ପ୍ରଦାନ କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମରେ କେବଳ କୋଭାକ୍ସିନ ଟିକା ପ୍ରଦାନ କରାଯିବ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୯୨ ହଜାର ୫୫୫ ଜଣଙ୍କୁ ଟିକା ଦିଆଯିବ । ଆସନ୍ତା ୧୬ରୁ ସାରା ଦେଶରେ ଟିକାକରଣ ଆରମ୍ଭ ହେବ । ଓଡ଼ିଶାରେ ୧୬୦ଟି କେନ୍ଦ୍ର ଖୋଲାଯାଇଥିବାବେଳେ ପ୍ରତି କେନ୍ଦ୍ରରେ ଦୈନିକ ଶହେ ଜଣଙ୍କୁ ଟିକା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ ଆସିଥିବା ଟିକାର ୫୦% ଜିଲାଗୁଡ଼ିକୁ ପଠାଯାଇଥିବାବେଳେ ୨୮ ଦିନ ପରେ ଦ୍ୱିତୀୟ ଡୋଜ ପାଇଁ ଅବଶିଷ୍ଟ ୫୦% ଟିକା ପଠାଯିବ ।