ତୈଳ ଦର ନକମିଲେ ଆସନ୍ତା ୧୫ ତାରିଖ ଦିନ ଓଡ଼ିଶା ବନ୍ଦ ଡାକରା ଦିଆଯିବ : ନିରଞ୍ଜନ

ତୈଳ ଦର ନକମିଲେ ଆସନ୍ତା ୧୫ ତାରିଖ ଦିନ ଓଡ଼ିଶା ବନ୍ଦ ଡାକରା ଦିଆଯିବ : ନିରଞ୍ଜନ

ତୈଳ ଦର ନକମିଲେ ଆସନ୍ତା ୧୫ ତାରିଖ ଦିନ ଓଡ଼ିଶା ବନ୍ଦ ଡାକରା ଦିଆଯିବ : ନିରଞ୍ଜନ
ଭୁବନେଶ୍ୱର: ଦିନକୁ ଦିନ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ପରିସ୍ଥିତି ଏମିତି ହେଲାଣି ଯେ, ଲୋକେ ଗାଡ଼ି ଘରୁ ବାହାର କରିବା ପୂର୍ବରୁ ଦୁଇ ତିନି ଥର ଭାବୁଛନ୍ତି ଗାଡ଼ି ଚଢିବି କି ନାହିଁ । କରୋନା ସମୟରେ ହୁ ହୁ ବଢିଚାଲିଥିବା ତୈଳ ଦଳ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ତୈଳ ଦରକୁ କମାଇବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଆସୁଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ତେବେ ଏନେଇ କଂଗ୍ରେସ ଚରମବାଣୀ ଶୁଣାଇଛି । ପେଟ୍ରୋଲ ଦର କମାଇବାକୁ ଦଳ ଦାବି କରିଛି । ଅନ୍ୟଥା ଓଡ଼ିଶା ବନ୍ଦ ପାଇଁ କଂଗ୍ରେସ ଚେତାବନୀ ଦେଇଛି । ଏଭଳି ଚେତାବନୀ ଆଉ କେହି ନୁହେଁ ଖୋଦ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦେଇଛନ୍ତି । ପିସିସି ପ୍ରଭାରୀ ଚେଲ୍ଲାକୁମାରଙ୍କ ସହ ବ୍ରହ୍ମପୁରରେ ଚାଲିଥିବା ଦଳୀୟ ସଭାରେ ନିରଞ୍ଜନ ଏଭଳି ଚେତାବନୀ ଦେଇଛନ୍ତି । ପ୍ରକାଶ ଯେ, ବ୍ରହ୍ମପୁରରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ବିଜେଡି ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏପରିକି ବିଜେଡିକୁ ବିଚିତ୍ର ଜନତା ଦଳ ମଧ୍ୟ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, ଗତ ୨୦ ବର୍ଷ ହେଲା ବିଜେଡି ରାଜ୍ୟରେ କିଛି କରିନାହିଁ । କେବଳ ମଦ ଦୋକାନ ଖୋଲିଛି । ଗଞ୍ଜାମରେ ଯାହା କିଛି ହୋଇଛି କେବଳ କଂଗ୍ରେସ ହିଁ କରିଛି । ସେହିପରି ପେଟ୍ରୋଲ ଦର ଅତି କମରେ ୧୦ ଟଙ୍କା କମାଇବାକୁ ନିରଞ୍ଜନ ଦାବି କରିଛନ୍ତି । ଦର ନକମିଲେ ଆସନ୍ତା ୧୫ ତାରିଖ ଦିନ ଓଡ଼ିଶା ବନ୍ଦ ଡାକରା ଦିଆଯିବ ବୋଲି ନିରଞ୍ଜନ ପଟ୍ଟନାୟକ ଚେତାବନୀ ଦେଇଛନ୍ତି ।