ବପା ପୁଅ ଖାଇଲେ ମାଛ, ପ୍ରଦୀପ ନିରାମିଷ

ବପା ପୁଅ ଖାଇଲେ ମାଛ, ପ୍ରଦୀପ ନିରାମିଷ

ବପା ପୁଅ ଖାଇଲେ ମାଛ, ପ୍ରଦୀପ ନିରାମିଷ
ଭୁବନେଶ୍ୱର: ଜେଲରେ ଅଭୟକାନ୍ତ ପାଠକ, ପୁଅ ଆକାଶ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗତକାଲି ଗୋଟିଏ ରାତି କାଟି ପରେ ପୁଣି ଭେଟ ହୋଇଛନ୍ତି । ସକାଳ ଜଳଖିଆଠାରୁ ଆରମ୍ଭ କରି ରାତି୍ରଭୋଜନ ପାଇଁ ଧାଡ଼ିରୁ ଛିଡ଼ା ହୋଇଥିବା ବେଳେ ତିନି ଜଣଙ୍କର ଦେଖା ସାକ୍ଷାତ ହୋଇଛି । କେବଳ ପରସ୍ପରକୁ ଅନାଇ ରହିଥିବା ବେଳେ ସେମିତି କିଛି କଥାବାର୍ତ୍ତା ହୋଇପାରିନାହାନ୍ତି । କେବଳ ଏହା ପରେ କ’ଣ ହେବ ବୋଲି ପଚାରି ବୁଝିଥିଲେ । ରବିବାର ଥିବାରୁ ଜେଲ ମେନୁ ଅନୁସାରେ ମଧ୍ୟାହ୍ନ ଭୋଜନରେ ମାଛ ତରକାରି ହୋଇଥିଲା । ବାପା ପୁଅ ମାଛ ତରକାରି ଖାଇଥିଲେ । କିନ୍ତୁ ପ୍ରଦୀପ ନିରାମିଷ ଭାତ, ଡାଲି ତରକାରି ଖାଇଥିଲେ । ସକାଳେ ଚା’ପିଇବା ପରେ ଜଳଖିଆରେ ଉପମା, ଘୁଗୁନି ମିଳିଥିଲା । ରାତିରେ ରୁଟି, ତରକାରୀ ଖାଇଥିଲେ ।