ବାହାର ରାଜ୍ୟର ଗାଡ଼ି ଯାଞ୍ଚ ଜୋରଦାର ହେବ, ସବୁ ଆରଟିଓଙ୍କୁ ନିଦେ୍ର୍ଧଶ ଦେଲେ ପରିବହନ କମିସନର
ବାହାର ରାଜ୍ୟର ଗାଡ଼ି ଯାଞ୍ଚ ଜୋରଦାର ହେବ, ସବୁ ଆରଟିଓଙ୍କୁ ନିଦେ୍ର୍ଧଶ ଦେଲେ ପରିବହନ କମିସନର
admin
Sep 2, 2020 - 07:50
Updated: Sep 2, 2020 - 07:50
ଭୁବନେଶ୍ୱର: ଚଳିତ ସପ୍ତାହରେ ବାହାର ରାଜ୍ୟରୁ ଆସୁଥିବା ଗାଡ଼ିରୁ ଟିକସ ଆଦାୟ ଜୋରଦାର ହେବ । ଯେଉଁ ଗାଡ଼ି ଟିକସ ଦେଇନଥିବେ ତାଙ୍କୁ ତୁରନ୍ତ ଇ-ଭିସିଆର ଚାଲାଣ ଜାରି କରାଯିବ । ଏ ନେଇ ପରିବହନ କମିସନର ସଞ୍ଜୀବ ପଣ୍ଡା ସମସ୍ତ ଆରଟିଓଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ସେ ଜଣାଇଛନ୍ତି ଯେ ରାଜ୍ୟରେ ଏବେ ବାହାର ରାଜ୍ୟର ବହୁ ସଂଖ୍ୟକ ମାଲବାହୀ ଓ ଯାତ୍ରୀବାହୀ ଗାଡ଼ି ଟିକସ ନ ଦେଇ ଚଳାଚଳ କରୁଥିବା ଦେଖାଯାଇଛି । ଅଧିକାଂଶ ଗାଡ଼ିର ବୈଧ ପରିମିଟ ନଥିବା ବେଳେ ଟିକସ ପୈଠ କରିନଥିବା ଜଣାପଡ଼ିଛି । ଏଭଳି ଗାଡ଼ିକୁ ଧରିବା ପାଇଁ କଡ଼ାକଡ଼ି ଯାଞ୍ଚ କରାଯିବା ଆବଶ୍ୟକ । ତେଣୁ ନିୟମ ଖିଲାପକାରୀ ଚଳାଚଳ କରୁଥିବା ଗାଡ଼ି ଯାଞ୍ଚ କରି ମାଲିକଙ୍କ ବିରୋଧରେ ତୁରନ୍ତ ଇ-ଚାଲାଣ ଜାରି କରାଯିବ । ଏଥିସହ ଏ ସମ୍ପର୍କିତ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ଦାଖଲ କରାଯିବ । ଟିକସ ପୈଠକ ନ କରି ଗାଡ଼ି ଚଳାଚଳ କରୁଥିଲେ ସମ୍ପୃକ୍ତ ଆରଟିଓ ଓଏମଭିଟି ଆଇନ-୧୯୭୫ ର ଧାରା ୧୭(୨) ଅନୁସାରେ ଉକ୍ତ ଗାଡ଼ିକୁ ଜବତ କରାଯିବ । ସେପ୍ଟେମ୍ବର ୨ ରୁ ୭ ତାରିଖ ମଧ୍ୟରେ ବେଆଇନ ଭାବେ ଚଳାଚଳ କରୁଥିବା ଅନ୍ୟ ରାଜ୍ୟର ଗାଡ଼ିକୁ ଧରିବା ପାଇଁ କମିସନର ନିଦେ୍ର୍ଧଶ ଦେଇଛନ୍ତି ।