ବିଶ୍ୱକୁ ଥରାଉଛି ମାତ୍ର ଗୋଟିଏ ଚାମଚ ଭାଇରସ

ବିଶ୍ୱକୁ ଥରାଉଛି ମାତ୍ର ଗୋଟିଏ ଚାମଚ ଭାଇରସ

ବିଶ୍ୱକୁ ଥରାଉଛି ମାତ୍ର ଗୋଟିଏ ଚାମଚ ଭାଇରସ
ଲଣ୍ଡନ: କରୋନା ଭାଇରସ ଏବେ ସମଗ୍ର ବିଶ୍ୱରେ ଭୟଙ୍କା ସଂକଟ ସୃଷ୍ଟି କରିଛି । ଏ ପର୍ଯ୍ୟନ୍ତ ଏହି ଭାଇରସ ଯୋଗୁଁ ପ୍ରାୟ ୫ କୋଟି ୬୦ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିଲା ବେଳେ ୧୩ ଲକ୍ଷ ୪୬ ହଜାର ଲୋକ ପ୍ରାଣ ହରାଇଛନ୍ତି । ଏହି ଭାଇରସ ଯୋଗୁଁ ବିଶ୍ୱର ପ୍ରାୟ ସମସନ୍ତ ଦେଶରେ ଲକଡାଉନ କରାଯାଇଥିଲା ଯାହା ଫଳରେ ଅନେକ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଯାଇଛି । କୋଟି କୋଟି ଲୋକ ନିଯୁକ୍ତି ବି ହରାଇଛନ୍ତି । ସବୁ ଦେଶ ନିଜ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଏବେ ଚାଲେଞ୍ଜର ସମ୍ମୁଖୀନ ହେଉଛନ୍ତି । ତେବେ ଏହା ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହେବେ କି ମାତ୍ର ଗୋଟିଏ ଚାମଚ କରୋନା ଭାଇରସ ସମଗ୍ର ପୃଥିବୀରେ ଏପରି ଆତଙ୍କ ସୃଷ୍ଟି କରିଛନ୍ତି । ବିଭିନ୍ନ ଦେଶରେ ଯେତିକି ଲୋକ ଏଯାଏଁ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି, ସେମାନଙ୍କ ଦେହରେ ଥିବା କରୋନା ଭାଇରସ କୋଷିକା ଗୁଡ଼ିକୁ ଏକାଠି ରଖାଗଲା ଗୋଟିଏ ଚାମଚ ଠାରୁ ସାମାନ୍ୟ ଅଧିକ ହେବ । ମ୍ୟାଟ ପାର୍କର ନାମକ ଜଣେ ଗାଣିତିକ ପୃଥିବୀରେ ବ୍ୟାପିଥିବା କରୋନା ଭାଇରସର ପରିମାଣ ଆକଳନ କରିବା ପାଇଁ ଉଦ୍ୟମ କରିଥିଲେ । ସେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ତାଙ୍କ ଅନୁସାରେ କରୋନା ଭାଇରସ ମଣିଷ ପାଇଁ ବଡ଼ ଧରଣର ସଂକଟ ସୃଷ୍ଟି କରିଥିଲେ ବି ଏହାର ଆକାର ବହୁତ ଛୋଟ । ମଣିଷ ଦେହରେ କୋଷିକାର ଆକାର ଠାରୁ ଗୋଟିଏ କରୋନା ଭାଇରସର କୋଷିକାର ଆକାର ଲକ୍ଷଲକ୍ଷ ଗୁଣ କମ୍‍ ହେବ । ଏବେ ସମଗ୍ର ପୃଥିବୀରେ ୫.୬ କୋଟି ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି ।