ଅଯୋଧ୍ୟା ରାୟ : ବିବାଦୀୟ ଜମି ରାମଲାଲଙ୍କର

ଅଯୋଧ୍ୟା ରାୟ : ବିବାଦୀୟ ଜମି ରାମଲାଲଙ୍କର

ଅଯୋଧ୍ୟା ରାୟ : ବିବାଦୀୟ ଜମି ରାମଲାଲଙ୍କର
ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି । ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରାୟ ଶୁଣାଇଛନ୍ତି । ଏହି ଖଣ୍ଡପୀଠରେ ବିଚାରପତି ଏସଏ ବୋବଡେ଼, ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ବିଚାରପତି ଅଶୋକ ଭୂଷଣ ଏବଂ ବିଚାରପତି ଏସ ଅବଦୁଲ ନଜିର ସଭ୍ୟ ରହିଛନ୍ତି । ବିବାଦୀୟ ଜମି ରାମଲାଲଙ୍କର ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତିଯେ, ମୁସଲିମ ପକ୍ଷଙ୍କୁ ଅନ୍ୟ ସ୍ଥାନରେ ୫ ଏକର ଜମି ଦିଆଯାଉ । ନମାଜ ପଢିବା ଓ ହିନ୍ଦୁ ପୂଜାର ପ୍ରମାଣ ରହିଛି । ହାଇକୋର୍ଟ ଜମିକୁ ତିନି ଭାଗରେ ବିଭକ୍ତ କରିବାକୁ ନେଇଥିବା ନିଷ୍ପତି ଠିକ ନୁହେଁ । ମନ୍ଦିର ନିର୍ମାଣ ପାଇଁ ନିୟମ କରିବାକୁ କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଧଶ । ମନ୍ଦିର ନିର୍ମାଣ ନିମନ୍ତେ କେନ୍ଦ୍ର ସରକାର ଏକ ଟ୍ରଷ୍ଟ କରି ନିୟମ ପ୍ରଣୟନ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ଆଜି ସକାଳ ସାଢେ଼ ୧୦ଟାରେ ସୁପ୍ରିମକୋର୍ଟରେ ମାମଲାର ଚୂଡ଼ାନ୍ତ ଶୁଣାଣୀ ଆରମ୍ଭ ହୋଇଥିଲା । ପ୍ରଧାନ ବିଚାରପତି ରାୟ ପଢ଼ି ଶୁଣାଇଥିଲେ । ଅପରପକ୍ଷରେ ରାୟକୁ ନେଇ ଅପ୍ରୀତିକର ସ୍ଥିତି ସୃଷ୍ଟିର ଆଶଙ୍କା ରହିଥିବାରୁ ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କେବଳ ଅଯୋଧ୍ୟାରେ ହିଁ ୧୫ ହଜାର ଯବାନ ମୁତୟନ କରାଯାଇଛି । ସୁରକ୍ଷାକୁ ଆଖି ଆଗରେ ରଖି ଉତରପ୍ରଦେଶ, ଜାମ୍ମୁକାଶ୍ମୀର, ଦିଲ୍ଲୀ, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ଆଦି ରାଜ୍ୟରେ ସ୍କୁଲ କଲେଜକୁ ମଙ୍ଗଳବାର ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ହାଇଦ୍ରାବାଦ, ବେଙ୍ଗାଲୁର, ଭୋଦରଦା ଭଳି ସହରରେ ସ୍ୱତନ୍ତ୍ର ଫୋର୍ସ ମୁତୟନ କରାଯାଇଛି । ଜାମ୍ମୁକାଶ୍ମୀରର ୧୦ ଜିଲ୍ଲା, ରାଜସ୍ଥାନର କୋଟା ଓ ଜୟପୁର ଏବଂ ଉତରାଖଣ୍ଡର ସମସ୍ତ ସମ୍ବେଦନଶୀଳ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି । ଅପରପକ୍ଷରେ ଓଡ଼ିଶାର କଟକ, ଭଦ୍ରକ ଓ କେନ୍ଦ୍ରାପଡ଼ା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ଏହି ପ୍ରସଙ୍ଗରେ ହ୍ୱାଟସଆପ, ଟୁଇଟର, ଫେସବୁକ ଭଳି ସୋସିଆଲ ମିଡ଼ିଆରେ କେହି ହିଂସା ବା ବିଦ୍ୱେଷପୂର୍ଣ୍ଣ ବାର୍ତା ଦେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ଚେତାଇ ଦେଇଛି । ଆବଶ୍ୟକ ସ୍ଥଳେ ସଂପୃକ୍ତ ବ୍ୟକ୍ତିବିଶେଷ ବିରୋଧରେ ଏନଏସଏ ଲାଗୁ କରିବାକୁ ଚେତାବନୀ ଦିଆଯାଇଛି ।