ଜମ୍ମୁ କାଶ୍ମୀରରେ ଆଉ ୪ ଆତଙ୍କୀ ନିପାତ

ଜମ୍ମୁ କାଶ୍ମୀରରେ ଆଉ ୪ ଆତଙ୍କୀ ନିପାତ

ଜମ୍ମୁ କାଶ୍ମୀରରେ ଆଉ ୪ ଆତଙ୍କୀ ନିପାତ
ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର । ସୁରକ୍ଷାବାହିନୀର ଗୁଳିରେ ୪ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଟ୍ରକରେ ଆସୁଥିବା ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ସୁରକ୍ଷାବାହିନୀ । ତେବେ ଜମ୍ମୁ-କଶ୍ମୀର ଜାତୀୟ ରାଜପଥ ନାଗରୋଟା ବାନ ଟୋଲପ୍ଲାଜା ନିକଟରେ ଏହି ଏନକାଉଣ୍ଟର ହୋଇଥିଲା । ଗୁଇନ୍ଦା ସୂଚନା ଅଧାରରେ ଟୋଲ ପ୍ଲାଜାରେ ନିକଟରେ ନାକାବନ୍ଦୀ କରି ଗାଡିମୋଟର ଚେକିଂକୁ ଜୋରଦାର କରାଯାଇଥିଲା । ଏକ ଟ୍ରକ୍‌ରେ ଆତଙ୍କବାଦୀ ଜମ୍ମୁକାଶ୍ମୀର ହାଇଓ୍ବେରେ କାଶ୍ମୀର ଯାଉଥିବା ସମୟରେ ସୁରକ୍ଷା କର୍ମୀ ଗାଡି ଯାଞ୍ଚ କରିଥିଲେ । ଏହି ସମୟରେ ସୁରକ୍ଷାକର୍ମୀଙ୍କୁ ଗୁଳିମାଡ କରିଥିଲେ ଆତଙ୍କବାଦୀ। ସୁରକ୍ଷା କର୍ମୀଙ୍କ ପାଲଟା ଆକ୍ରମଣରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଘଟଣା ପରେ ଜମ୍ମୁ-କଶ୍ମୀର ଜାତୀୟ ରାଜପଥର ନଗରୋଟାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଏହା ସହ ଜମ୍ମୁ-କାଶ୍ମୀରର ରାଜପଥ ବନ୍ଦ ହେବା ସହ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।