ଚିଦାମ୍ବରମଙ୍କ ଗିରଫ ମାମଲାରେ ମୁହଁ ଖୋଲିଲେ କେନ୍ଦ୍ର ସରକାର

ଚିଦାମ୍ବରମଙ୍କ ଗିରଫ ମାମଲାରେ ମୁହଁ ଖୋଲିଲେ କେନ୍ଦ୍ର ସରକାର

 ଚିଦାମ୍ବରମଙ୍କ ଗିରଫ ମାମଲାରେ ମୁହଁ ଖୋଲିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଆଇନ ତା ବାଟରେ ଯିବ । ଏହା କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ । ଚିଦାମ୍ବରମଙ୍କୁ ଗିରଫ ନେଇ କଂଗ୍ରେସର ଅଭିଯୋଗ ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ ଏହା କହିଛନ୍ତି । ସେ କହିଛନ୍ତି ଯେ, ଆଇନ ଅନୁସାରେ କୋର୍ଟ ଯାହା ନିଷ୍ପତ୍ତି ନେଉଛନ୍ତି । ସେଥିରେ ସରକାର ବା ଦଳର କିଛି ଭୂମିକା ନାହିଁ । ଏହା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ରଣଦୀପ ସୂରେଜୱାଲା ଅଭିଯୋଗ କରିଥିଲେ ଯେ, ଦିନ ଦ୍ୱିପ୍ରହରରେ ଲୋକତନ୍ତ୍ରର ହତ୍ୟା କରାଯାଇଛି । ଚିଦାମ୍ବରମଙ୍କ ବିରୋଧରେ ପ୍ରତିଶୋଧମୂଳକଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନକୁ ହଟାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ହୋଇଛି । ସରକାର ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରୁଛନ୍ତି । ଚିଦାମ୍ବରମଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ବୋଲି ରଣଦୀପ ସୂରେଜୱାଲା କହିଥିଲେ । ବୁଧବାର ରାତିରେ ପୂର୍ବତନ୍ତ୍ର କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚଦମ୍ବରମ୍ଙ୍କୁ ସିବିଆଇ ତାଙ୍କ ବାସଭବନରୁ ଗିରଫ କରିଛି ।