ଟ୍ରକ ଧକ୍କାରେ ୨ ହାତୀ ମୃତ , ୧ ଗୁରୁତର

ଟ୍ରକ ଧକ୍କାରେ ୨ ହାତୀ ମୃତ , ୧ ଗୁରୁତର

ଟ୍ରକ ଧକ୍କାରେ ୨ ହାତୀ ମୃତ , ୧ ଗୁରୁତର
ପାଟଣା : କେନ୍ଦୁଝର ଜିଲା ଘଟଗାଁ ବନାଞ୍ଚଳ ୨୦ନମ୍ବର ଜାତୀୟ ରାଜପଥ ବାଲିଯୋଡି ନିକଟରେ ବୁଧବାର ରାତିରେ ଟ୍ରକ ଧକ୍କାରେ ୨ଟି ହାତୀର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ହାତୀ ଗୁରୁତର ହୋଇଛି । ଦୁର୍ଘଟଣାରେ ଗୋଟିଏ ଛୁଆ ହାତୀ ସହ ମାଇ ହାତୀର ମୃତ୍ୟୁ ହୋଇଛି । ଅନ୍ୟ ମାଇ ହାତୀଟିର ଦୁର୍ଘଟଣାରେ ଗୋଡ ଭାଙ୍ଗି ଯାଇଛି । ଗୁରୁତର ହାତୀଟି ରାସ୍ତା ଉପରେ ପଡି ଛଟପଟ ହେଉଥିବା ବେଳେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ହାତୀର ଚିକିତ୍ସା କରିବା ସହ ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ଗାଡିର ହେଲପରକୁ ଅଟକ ରଖିଛି ।