ଯୌତୁକ ପାଇଁ ମାରିଦେଲେ!

ଯୌତୁକ ପାଇଁ ମାରିଦେଲେ!

ଯୌତୁକ ପାଇଁ ମାରିଦେଲେ!
ବାଲୁଗାଁ: ବାଣପୁର ଥାନା ଅଂଚଳରେ ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବଡସି ରେଇପୁର ଗାଁରେ । ସୂଚନାରୁ ଜଣାପଡୁଛି ଯେ ବର୍ଷକ ତଳେ ବାହା ହୋଇଥିଲେ । ଶାଶୁଘର ଲୋକ ବିବାହ ପରଠାରୁ ଯୈାତୁକ ପାଇଁ ମହିଳାଙ୍କୁ ନିର୍ୟ୍ୟାତନା ଦେଉଥିଲେ । କାଲି ବାଣପୁର ଥାନାରେ ଦୁଇ ପରିବାର ମଧ୍ୟରେ ଆପୋଷ ବୁଝାମଣା ପରେ ସମସ୍ତେ ଘରକୁ ଫେରିଥିଲେ । ବିଳମ୍ବିତ ରାତିରେ ବୋହୂ ବିଷ ପିଇ ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ କହିଥିଲେ । ଶାଶୁଘର ଲୋକେ ଝିଅକୁ ଜବରଦସ୍ତ ବିଷ ପିଆଇ ଦେଇ ହତ୍ୟା କରିଥିବା ମୃତ ମହିଳାଙ୍କ ମା କହିଛନ୍ତି । ବୋହୂର ବାପଘର ଲୋକେ ବାଣପୁର ଥ।ନାରେ ହତ୍ୟା ଅଭିଯୋଗ କରିବା ପରେ ମୃତ ମହିଳାଙ୍କ ସ୍ୱାମୀ, ମାଇଁ ,ମାମୁଁପୁଅ ଓ ନଣନ୍ଦକୁ ପୋଲିସ ଅଟକ ରଖିଛି ।