ସବୁଠାରୁ ଅଧିକ ହାର୍ଟ ଆଟାକ୍ ବାଥରୁମରେ ହୋଇଥାଏ

ସବୁଠାରୁ ଅଧିକ ହାର୍ଟ ଆଟାକ୍ ବାଥରୁମରେ ହୋଇଥାଏ

ସବୁଠାରୁ ଅଧିକ ହାର୍ଟ ଆଟାକ୍ ବାଥରୁମରେ ହୋଇଥାଏ
ହାର୍ଟ ଆଟାକ୍ ବା କାର୍ଡିୟକ ଆରେଷ୍ଟ ଆଜିର ସମୟରେ ଏକ ଗମ୍ଭୀର ସମସ୍ୟା ପାଲଟିଛି । ହାର୍ଟ ଆଟାକ୍ ଅଚାନକ ହୋଇଥାଏ ଏବଂ ଏହା ପଛରେ ଅନେକ କାରଣ ହୋଇପାରେ । ହାର୍ଟ ଆଟାକ୍ ଆସିବାର କୌଣସି ନିର୍ଦ୍ଧାରିତ ସମୟ ନଥାଏ । ତେବେ ଆପଣ ଜାଣିବା ଉଚିତ୍ କି ସବୁଠାରୁ ଅଧିକ ହାର୍ଟ ଆଟାକ୍ ବା କାର୍ଡିୟକ ଆରେଷ୍ଟ ସକାଳ ସମୟରେ ବାଥରୁମରେ ହୋଇଥାଏ । ଏହା ପଛରେ ଅନେକ କାରଣ ରହିଥାଏ । ଯେତେବେଳେ ଆମେ ସକାଳେ ଟୟଲେଟ୍ ଯାଇଥାନ୍ତି, ପେଟକୁ ପୁରା ସଫା କରିବା ପାଇଁ ପ୍ରେସର ଦେବାକୁ ପଡିଥାଏ । ଏହି ପ୍ରେସର ହାର୍ଟର ଧମନୀ ଉପରେ ମଧ୍ୟ ଚାପ ପକାଇଥାଏ । ଫଳରେ ହାର୍ଟ ଆଟାକ୍ ସମ୍ଭାବନା ବଢିଯାଏ । ତାପମାତ୍ରା ଯୋଗୁଁ ମଧ୍ୟ ପଡିଥାଏ ପ୍ରଭାବ ବାଥରୁମର ତାପମାତ୍ରା ଘରର ଅନ୍ୟ କୋଠରୀ ତୁଳନାରେ ଅଧିକ ଥଣ୍ଡା ରହିଥାଏ । ଏଠାରେ ପାଣିର ଫ୍ଲୋ ବାରମ୍ବାର ରହିଥାଏ । ତେଣୁ ଏଭଳି ସ୍ଥିତିରେ ତାପମାତ୍ରାକୁ ସନ୍ତୁଳିତ କରିବା ଓ ବ୍ଲଡ୍ ସର୍କୁଲେସନକୁ ବଜାୟ ରଖିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିଥାଏ । ହାର୍ଟ ଉପରେ ଏହାର ପ୍ରଭାବ ପଡିଥାଏ ଏବଂ ଏହା ମଧ୍ୟ ଏକ ବଡ କାରଣ । ବ୍ଲଡ ପ୍ରେସରରୁ ପଡିଥାଏ ଫରକ ସକାଳ ସମୟରେ ଆମ ବ୍ଲଡ୍ ପ୍ରେସର ସାମାନ୍ୟ ଅଧିକ ରହିଥାଏ । ଏଭଳି ସ୍ଥିତିରେ ଅଧିକ ଥଣ୍ଡା ବା ଅଧିକ ଗରମ ପାଣି ସିଧା ପ୍ରଭାବ ପକାଇଥାଏ ଏବଂ ଏଥିରେ ବ୍ଲଡ୍ ପ୍ରେସର ବଢିଯାଏ । ଏହି କାରଣରୁ ବାଥରୁମରେ ହାର୍ଟ ଆଟାକ୍ ହେବାର ଆଶଙ୍କା ବଢିଯାଏ । ସ୍ନାନ କରିବା ପୂର୍ବରୁ ପାଣିର ତାପମାତ୍ରା ଶରୀର ସହି ପାରିବା ଭଳି ରଖନ୍ତୁ । ପ୍ରଥମେ ପାଦରେ ମାରନ୍ତୁ । ଏହା ପରେ ଗାଧାନ୍ତୁ । ଅଧିକ ସମୟ ବାଥଟବରେ ରୁହନ୍ତୁ ନାହିଁ । ହାର୍ଟ ଆଟାକ୍ ଆସିଲେ ତୁରନ୍ତୁ କଣ କରିବେ ? ଯଦି କେଉଁ ବ୍ୟକ୍ତିକୁ ହାର୍ଟ ଆଟାକ୍ ଆସେ ତେବେ ପ୍ରଥମେ ତାଙ୍କୁ ଭୂମିରେ ଶୁଆଇ ଦିଅନ୍ତୁ । ହାର୍ଟ ଆଟାକ୍ ସମୟରେ ଯଦି କେହି ଟାଇଟ୍ ଡ୍ରେସ୍ ପିନ୍ଧିଛନ୍ତି ତେବେ ତୁରନ୍ତ ଖୋଲି ଦିଅନ୍ତୁ । ହାତ-ଗୋଡ ଘସି ଦିଅନ୍ତୁ । ତୁରନ୍ତ ମେଡିକାଲ୍ ନେବା ବ୍ୟବସ୍ଥା କରନ୍ତୁ ।