ବିଶ୍ୱର ଏକମାତ୍ର ଅଧିନାୟକ ଭାବେ ମହେନ୍ଦ୍ର ସିଂହ ଧୋନି ଦେଶକୁ ୩ଟି ଯାକ ଆଇସିସି ଟୁର୍ଣ୍ଣାମେଣ୍ଟ ଜିତାଇଛନ୍ତି

ବିଶ୍ୱର ଏକମାତ୍ର ଅଧିନାୟକ ଭାବେ ମହେନ୍ଦ୍ର ସିଂହ ଧୋନି ଦେଶକୁ ୩ଟି ଯାକ ଆଇସିସି ଟୁର୍ଣ୍ଣାମେଣ୍ଟ ଜିତାଇଛନ୍ତି

 ବିଶ୍ୱର ଏକମାତ୍ର ଅଧିନାୟକ ଭାବେ ମହେନ୍ଦ୍ର ସିଂହ ଧୋନି ଦେଶକୁ ୩ଟି ଯାକ ଆଇସିସି ଟୁର୍ଣ୍ଣାମେଣ୍ଟ ଜିତାଇଛନ୍ତି
ମୁମ୍ବାଇ: ମହେନ୍ଦ୍ର ସିଂହ ହେଉଛନ୍ତି ଭାରତୀୟ କ୍ରିକେଟ ଇତିହାସରେ ଅନ୍ୟତମ ସଫଳ ଖେଳାଳି ଏବଂ ଅତି ସଫଳ ଅଧିନାୟକ । ଏହାକୁ ଦେଖି ଧୋନିଙ୍କ ଜୀବନ ଉପରେ ବଲିଉଡ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା । ସ୍ୱର୍ଗତ ସୁଶାନ୍ତ ସିଂହ ରାଜପୁତ ଅଭିନୀତ ଏହି ଫିଲ୍ମର ନିର୍ମାଣ ପାଇଁ ନିଜେ ଧୋନି ୪୫ କୋଟି ଟଙ୍କାର ବଡ଼ ଧନରାଶି ନେଇଥିଲେ ବୋଲି ଜାଣିବାକୁ ମିଳିଛି । ଚଳଚ୍ଚିତ୍ରର ନାମ ରଖା ଯାଇଥିଲା ଏମଏସ ଧୋନି ଦି ଅନଟୋଲଡ ଷ୍ଟୋରି । ୨୦୧୬ ସେପ୍ଟେମ୍ବରରେ ଏହା ପରଦାକୁ ଆସିଥିଲା ଏବଂ ବେଶ ସଫଳତା ପାଇଥିଲା । ବିଶ୍ୱର ଏକମାତ୍ର ଅଧିନାୟକ ଭାବେ ମହେନ୍ଦ୍ର ସିଂହ ଧୋନି ଦେଶକୁ ୩ଟି ଯାକ ଆଇସିସି ଟୁର୍ଣ୍ଣାମେଣ୍ଟ ଜିତାଇଛନ୍ତି । ୨୦୦୭ ରେ ଧୋନିଙ୍କ ନେତୃତ୍ୱରେ ଭାରତ ଟି ୨୦ ବିଶ୍ୱକପ ଜିତିଥିବା ବେଳେ ୨୦୧୧ ଦିନିକିଆ ବିଶ୍ୱକପ ମଧ୍ୟ ଭାରତ ଧୋନିଙ୍କ ନେତୃତ୍ୱରେ ଜିତିଥିଲା ।