‘ଫୋନି’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

‘ଫୋନି’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

 ‘ଫୋନି’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର :ବାତ୍ୟା ପାଇଁ ଆତଙ୍କିତ ନହେବାକୁ ପାଇଁ ରାଜ୍ୟବାସୀଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି କହିଛନ୍ତି। ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ଧନଜୀବନର ସୁରକ୍ଷା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଇଛି ବୋଲି ସେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ବାତ୍ୟା ଫନିରେ ପ୍ରଭାବିତ ହେଉଥିବା ଅଞ୍ଚଳରୁ ଲୋକମାନଙ୍କୁ ୧୦୦ ପ୍ରତିଶତ ସ୍ଥାନାନ୍ତର କରାଯିବ। ରାଜ୍ୟସରକାର ବାତ୍ୟା ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ମୁଖ୍ୟମନ୍ତ୍ର କହିଛନ୍ତି ଯେ ‘ ଆତଙ୍କିତ ହୁଅନ୍ତୁନି, ଶାନ୍ତ ରହନ୍ତୁ ସରକାରଙ୍କୁ ସହଯୋଗ କରନ୍ତୁ’ ।