ଥଣ୍ଡାରେ ଥରୁଛି ସାରା ଓଡ଼ିଶା, ୧୦ ଡିଗ୍ରି ସେଲସିଅସ୍ ତଳେ ରାଜ୍ୟର ୮ଟି ସହର

ଥଣ୍ଡାରେ ଥରୁଛି ସାରା ଓଡ଼ିଶା, ୧୦ ଡିଗ୍ରି ସେଲସିଅସ୍ ତଳେ ରାଜ୍ୟର ୮ଟି ସହର

 ଥଣ୍ଡାରେ ଥରୁଛି ସାରା ଓଡ଼ିଶା, ୧୦ ଡିଗ୍ରି ସେଲସିଅସ୍ ତଳେ ରାଜ୍ୟର ୮ଟି ସହର
ଥଣ୍ଡାରେ ଥରୁଛି ସାରା ଓଡ଼ିଶା । ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି ଘନ କୁହୁଡ଼ି ସହ ହାଡ଼ଭଙ୍ଗା ଶୀତ । ଆଜି ୧୦ ଡିଗ୍ରି ସେଲସିଅସ୍ ତଳେ ରାଜ୍ୟର ୮ଟି ସହରର ତାପମାତ୍ରା ରହିଥିବା ବେଳେ ଟିଟିଲାଗଡ଼ରେ ସର୍ବନିମ୍ନ ୭ ଡିଗ୍ରି ସେଲସିଅସ୍ ରହିଛି । ସେହିପୁର ସୋନପୁର ଓ ଅନୁଗୁଳରେ ତାପମାତ୍ରା ୭ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି । କୋରାପୁଟରେ ତାପମାତ୍ରା ୧୦ ଡିଗ୍ରି ସେଲସିଅସ୍ ରହିଥିବା ବେଳେ ଭୁବନେଶ୍ୱରରେ ସର୍ବନିମ୍ନ ତାମପାତ୍ରା ୧୦ ଡିଗ୍ରି ସେଲସିଅସ୍ ରେକର୍ଡ ହୋଇଛି । ତେବେ ଆସନ୍ତାକାଲିଠାରୁ ତାପମାତ୍ରା ୨ ରୁ ୪ ଡିଗ୍ରି ସେଲସିଅସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସହରର ସର୍ବନିମ୍ନ ତାପମାତ୍ରା ଦେଢ଼ରୁ ୨ ଡିଗ୍ରି ସେଲସିଅସ୍ ପର୍ଯ୍ୟନ୍ତ ବଢ଼ିବ। ଏହାପରେ ୨ରୁ ୪ ଡିଗ୍ରି ସେଲସିଅସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିଭଳି ୧୪ ତାରିଖ ସକାଳେ ଅନୁଗୁଳ, ଦେବଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ଶୀତ ପ୍ରକୋପ ଲାଗିରହିବ। ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପ କୁହୁଡ଼ି ହୋଇପାରେ। ଗତ ୨୪ ଘଣ୍ଟା ମଧ୍ୟରେ ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରି ସେଲସିଅସ୍ ତଳେ ରହିଥିଲା। ସୋନପୁର ଓ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି।