ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରସଙ୍ଗ ଉଠାଇଲେ ସୌମ୍ୟ

ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରସଙ୍ଗ ଉଠାଇଲେ ସୌମ୍ୟ

ଭୁବନେଶ୍ୱର: ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆମ ଘରର ହାଲଚାଲ ସମ୍ପାଦକୀୟକୁ ନେଇ ପୁଣି ରାଜନୈତିକ ଚର୍ଚ୍ଚା ସୃଷ୍ଟି ହୋଇଛି । ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା ଶୀର୍ଷକ ଏକ ସମ୍ପାଦକୀୟ ଲେଖିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ଏଥିରେ ସେ ଚର୍ଚ୍ଚାରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରସଙ୍ଗ ଉଠାଇ ଲେଖିଛନ୍ତି, ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ଯାହା ଘଟିଲା ତାହା ଆଖିକୁ ସୁନ୍ଦର ଦେଖାଯାଉନାହିଁ ।  ୫- ଟି ସଚିବଙ୍କ ଗଞ୍ଜାମ ଗସ୍ତ ବେଳେ ବିଧାୟକ ପ୍ରଦୀପଙ୍କୁ ବିରୋଧକୁ କହିଲେ ଗଣତନ୍ତ୍ର ପାଇଁ ନୁହେଁ ଶୁଭଙ୍କର।

ସେପଟେ  ୫- ଟି ସଚିବଙ୍କ ଗସ୍ତ ସଂପର୍କରେ ଉଲ୍ଲେଖ କରି ଲେଖିଛନ୍ତି ପ୍ରଥମ କେତୋଟି ଜିଲ୍ଲା ଗସ୍ତ ସମୟରେ କେବଳ ମହିଳା ସଂୟ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ରହୁଥିବା ବେଳେ ଏବେ ଏବେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟ ସାମିଲ କରାଯାଉଛି ।

୫-ଟି ସଚିବ ହ୍ୟାଲିକ୍ପଟରରେ ଓହ୍ଲାଇ ସଭା ସ୍ଥଳକୁ ଯାଉଛନ୍ତି । ହଜାର ହଜାର ମହିଳା ଓ ଛାତ୍ରଛାତ୍ରୀ ତାଙ୍କୁ ସମ୍ବର୍ଦ୍ଧନା ଜଣାଉଛନ୍ତି । ସଚିବ ସମବେତ ଜନତାଙ୍କ ନିମନ୍ତେ ଏକ ସ୍ୱଳ୍ପ ବକ୍ତବ୍ୟ ରଖୁଛନ୍ତି । ହଜାର ହଜାର ମହିଳା ଓ ଛାତ୍ରଛାତ୍ରୀଙ୍କୁ ଦେଖି ସେ ବୋଧେ ଆତ୍ମବିଭୋର ହୋଇପଡି ଉଚିତ ଅନୁଚିତର ପ୍ରଭେଦ ଭୁଲି ଗଲେ । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କଥା ଉଠାଇ ଲେଖିଛନ୍ତି ୧୯୭୧ ନିର୍ବାଚନରେ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ସଚିବ ୟସପାଲ କାପୁର ପ୍ରଚାର କାର୍ୟ୍ୟରେ ସହାୟତା କରି ତାଙ୍କ ସପକ୍ଷରେ ନିର୍ବାଚନୀ ଭାଷଣ ଦେଇଥିବାରୁ ଆହ୍ୱାବାଦ ହାଇକୋର୍ଟ ଶ୍ରୀମତି ଗାନ୍ଧୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ।ପରେ ଶ୍ରୀମତୀ ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଆମ ଗଣତାନ୍ତ୍ରିକ ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିଥିଲେ । ପାଣ୍ଡିଆନ୍ ସାହେବଙ୍କର ଏହି ଆଚରଣ ୟସପାଲ କାପୁରଙ୍କଠାରୁ କୌଣସି ଗୁଣରେ ଭିନ୍ନ ନୁହଁ ।