ମହିଳା ଡାକ୍ତରଙ୍କୁ ହତ୍ୟା ଘଟଣାରେ କ୍ୟାଣ୍ଡେଲ ଶୋଭାଯାତ୍ରା
ପଶ୍ଚିମବଙ୍ଗ ର ଆର ଜି.କର ମେଡିକାଲ କଲେଜରେ ମହିଳା ଡାକ୍ତର ଙ୍କୁ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାରେ କଟକ ଏସସିବିରେ ଆଜି ସିନିୟର ରେସିଡେଣ୍ଟ, ଜୁନିୟର ରେସିଡେଣ୍ଟ, ହାଉସ ସର୍ଜନ, ସ୍ନାତକ ଡାକ୍ତରୀ ଛାତ୍ରଛାତ୍ରୀ ମାନେ ପ୍ରତିବାଦ ରେ କ୍ୟାଣ୍ଡେଲ ଶୋଭାଯାତ୍ରା କରିଛନ୍ତି। ଘଟଣା ର ତ୍ବରିତ ତଦନ୍ତ, ପିଡିତାଙ୍କୁ ନ୍ୟାୟ, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଦାବି କରିଛନ୍ତି।ଏହାସହ ଏସସିବି ର ଡାକ୍ତର ମାନେ କଳାବ୍ୟାଜ ପିନ୍ଧି ପ୍ରତିବାଦ ଜଣାଇଛନ୍ତି।ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କଳାବ୍ୟାଚ ପିନ୍ଧି କାର୍ଯ୍ୟ କରିବେ ବୋଲି ଡାକ୍ତର ସଂଘ କହିଛି।