୨୯୦ ଆସନରେ ଲଢ଼ିବ କଂଗ୍ରେସ

୨୯୦ ଆସନରେ ଲଢ଼ିବ କଂଗ୍ରେସ

ଭୁବନେଶ୍ୱର:  ଚଳିତ ବର୍ଷ ଦେଶରେ ଲୋକସଭା ନିର୍ବାଚନ ସହ ୭ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ  । ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକିମ, ହରିୟାଣା, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ନିର୍ବାଚନ ହେବ  । ତେବେ ଲୋକସଭାରେ କଂଗ୍ରେସ ୨୯୦ ଆସନରେ ଲଢ଼ିବାକୁ ଯୋଜନା କରିଛି  । ଖୁବଶୀଘ୍ର ଆସନ ବୁଝାମଣା ନେଇ ଇଣ୍ଡିଆ ମେଂଟର ବୈଠକ ହେବ  । ଅପରପକ୍ଷରେ ବିଭିନ୍ନ ରାଜ୍ୟର ସଭାପତି ଓ ବିଧାୟକ ଦଳ ନେତାମାନେ ନିଜ ରାଜ୍ୟର ସ୍ଥିତି ନେଇ ଏଆଇସିସିକୁ ଅବଗତ କରାଇବେ  । ତେବେ କଂଗ୍ରେସର ବିଶାଳ ଯୋଜନା ଏବେ ଇଣ୍ଡିଆ ମେଂଟର ଅନ୍ୟ ସହଯୋଗୀ ଦଳକୁ ଚିନ୍ତାରେ ପକାଇ ଦେଇଛି  । ରାହୁଲ ଗାନ୍ଧୀ ଭାରତ ଯୋଡେ଼ା ଯାତ୍ରା ପରେ ଭାରତ ନ୍ୟାୟ ଯାତ୍ରା କରିବାକୁ ଯୋଜନା କରିଛନ୍ତି  । ଏହାଦ୍ୱାରା କଂଗ୍ରେସ ମଜବୁତ ହେବବୋଲି ଆଶା କରାଯାଉଛି  ।