କରୋନାରେ ଜଣେ ମୃତ !

କରୋନାରେ ଜଣେ ମୃତ !

ନୂଆଦିଲ୍ଲୀ : ପୁଣି ଫେରିଲା କରୋନା। ବେଙ୍ଗାଲୁରୁ କରୋନାରେ ଜଣକର ମୃତ୍ୟୁ ହୋଇଥିବା ନେଇ ବୁଧବାର ସୂଚନା ମିଳିଛି। କରୋନାରେ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ମିଳିଛି। ତେବେ ଏନେଇ କରୋନାରେ ମୃତ୍ୟୁ ନେଇ ସରକାରୀ ଭାବେ ସ୍ପଷ୍ଟ ହୋଇ ନାହିଁ।

ଅନ୍ୟପକ୍ଷରେ  କୋଭିଡ ନୂଆ ସବ ଭାରିଆଣ୍ଟକୁ ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ସ୍ୱାସ୍ଥ୍ୟମନ୍ତ୍ରୀ ଓ ସଚିବଙ୍କ ସହ ବୈଠକ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଆତଙ୍କିତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏବେ ଶୀତ ଓ ପାର୍ବଣ ଋତୁ ଚାଲୁଥିବାରୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଏବେ ଏକାଠି ହୋଇ କାମ କରିବାର ସମୟ ଆସିଛି । ହସ୍ପିଟାଲରେ ମକଡ୍ରିଲ କରିବା ପାଇଁ କୁହାଯାଇଛି । ପ୍ରତି ତିନି ମାସରେ ଥରେ ସବୁ ହସ୍ପିଟାଲରେ ମକଡ୍ରିଲ କରାଯାଉ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟସେବାକୁ ନେଇ ରାଜନୀତି କରାନଯାଉ ବୋଲି କହିଛନ୍ତି ମନସୁଖ ମାଣ୍ଡବ୍ୟ । କୋଭିଡର ନୂଆ ଭାରିଆଂଟ ଯୋଗୁ କେରଳ ପରେ ଗୋଆ ଏବଂ ମହାରାଷ୍ଟ୍ରରୁ ଆକ୍ରାନ୍ତ ଚିହ୍ନ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଦୁନିଆରୁ ସମ୍ପୂର୍ଣ୍ଣଭାବେ ଯାଇନି କୋଭିଡ୍ । ଆମେରିକା, ସିଙ୍ଗାପୁର, ଇଣ୍ଡୋନେସିଆ, ଚୀନ, ମାଲେସିୟାରେ ସପ୍ତାହକ ମଧ୍ୟରେ ଦ୍ୱିଗୁଣା ହୋଇଛି ସଂକ୍ରମଣ । ଏହା ପଛରେ ଜେ-ଏନ-ଡଟୱାନ ସବଭାରିଆଂଟ ଥିବା କୁହାଯାଉଛି ।