ପ୍ରଦେଶ ଯୁବ କଂଗ୍ରେସ ଗଣମାଧ୍ୟମ ବିଭାଗର ୬ଜଣ ରାଜ୍ୟ ସଂଯୋଜକ ନିଯୁକ୍ତ

ପ୍ରଦେଶ ଯୁବ କଂଗ୍ରେସ ଗଣମାଧ୍ୟମ ବିଭାଗର ୬ଜଣ ରାଜ୍ୟ ସଂଯୋଜକ ନିଯୁକ୍ତ

ଭୁବନେଶ୍ୱର ତା. ୨୯.୩- ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ଗଣମାଧ୍ୟମ ବିଭାଗକୁ ତୃଣମୂଳସ୍ତରରୁ ଅଧିକ କ୍ରୀୟାଶିଳ କରିବା ସହ ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି କିଭଳି ଭାବରେ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ କଂଗ୍ରେସର ବାର୍ତା ପହଂଚିବ ତାହା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଫଳତା ପହଂଚାଇବାପାଇଁ ଅଖିଳ ଭାରତ ଯୁବ କଂଗ୍ରେସ ଗଣମାଧ୍ୟମ ବିଭାଗର ପ୍ରଭାରୀ ଶ୍ରୀ ବରୁଣ ପାଣ୍ଡେ ଏବଂ ରାଜ୍ୟ ଯୁବ କଂଗ୍ରେସ ସଭାପତିଙ୍କ ଅନୁମୋଦନକ୍ରମେ ରାଜ୍ୟ ଯୁବ କଂଗ୍ରେସ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ସୁଦିପ ସାମଲ ୭ଜଣ ଗଣମାଧ୍ୟମ ସଂଯୋଜକଙ୍କୁ ନିଯୁକ୍ତି ଦେଇଛନ୍ତି । ସେମାନେ ହେଲେ – ଡକ୍ଟର ଲିପିକା ମାଝୀ, ଶ୍ରୀମତୀ କିରଣ ଜୟପୁରିଆ, ଅଙ୍କିତ ସାହୁ, ସୁଶାନ୍ତ କୁମାର ସାହୁ, ଜୟପ୍ରକାଶ ବେହେରା, କେ ମିହିର କୁମାର, ମହମ୍ମଦ ଫରଭେଜ । ଏହି ନିଯୁକ୍ତି ଦେବାପରେ ଶ୍ରୀ ସାମଲ ଜଣାଇଛନ୍ତି ଯେ ଆଗାମୀ ଦିନରେ ଯୁବ କଂଗ୍ରେସ ଗଣମାଧ୍ୟମ ବିଭାଗକୁ ସୁଦୃଢ଼ କରିବାପାଇଁ ନବନିଯୁକ୍ତ ସଂଯୋଜକ ମାନେ ସୂଚାରୁରୂପେ କାର୍ଯ୍ୟ କରିବେ ବୋଲି ଆଶା ପ୍ରକଟ କରିଛନ୍ତି ।