ଏହି ଦିଗକୁ ଚାହିଁ ପିନ୍ଧିବେ ରାକ୍ଷୀ: ସୌଭାଗ୍ୟ ପ୍ରାପ୍ତି ହୋଇଥାଏ
ଭାଇ-ଭଉଣୀଙ୍କ ଭଲ ପାଇବାର ପ୍ରତୀକର ପର୍ବ ରକ୍ଷାବନ୍ଧନ ବା ରାକ୍ଷୀପୂର୍ଣ୍ଣିମା ୩୦ ଓ ୩୧ ଅଗଷ୍ଟରେ ପାଳନ କରାଯିବ। ରାକ୍ଷୀ ବାନ୍ଧିବାର ସମୟ ଓ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଏହାଦ୍ୱାରା ଭାଇଙ୍କୁ ସୁଖ ଓ ସୌଭାଗ୍ୟ ପ୍ରାପ୍ତି ହେବ।
ଜ୍ୟୋତିର୍ବିଦଙ୍କ ମତାନୁଯାୟୀ, ରାକ୍ଷୀ ବାନ୍ଧିବା ସମୟରେ ଭଉଣୀଙ୍କ ମୁହଁ ପଶ୍ଚିମ ଦିଗକୁ ହେବା ଉଚିତ୍। ଭାଇଙ୍କ ମୁହଁ ପୂର୍ବ ଦିଗକୁ ହେବା ଉଚିତ। ନଚେତ୍ ଭାଇ ଉତ୍ତର ଦିଗକୁ ମୁହଁ କରି ବସିବେ। ଏହି ଦୁଇ ଦିଗ ଶୁଭ ବୋଲି ମାନ୍ୟତା ରହିଛି। ଏହି ଦିଗରେ ବିଶେଷ କରି ଦେବୀଦେବତାଙ୍କ ବାସ ରହିଥିବାରୁ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି।
ସେହିପରି ସୂର୍ଯ୍ୟୋଦୟ ଠାରୁ ଆରମ୍ଭ କରି ସୂର୍ଯ୍ୟୋସ୍ତ ପର୍ଯ୍ୟନ୍ତ ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରି ରାକ୍ଷୀ ପିନ୍ଧିବା ଉଚିତ। ଏହାଦ୍ୱାରା ଭାଇଙ୍କୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଡାହାଣ ହସ୍ତ ଶକ୍ତିର ସ୍ରୋତ। ଏହି ହସ୍ତରେ ସମସ୍ତ ଶୁଭ କାର୍ଯ୍ୟ କରାଯାଏ। କୁହାଯାଏ ଡାହାଣ ହସ୍ତରେ କରାଯାଉଥିବା ଦାନ ଭଗବାନ ସ୍ୱୀକାର କରିଥାଆନ୍ତି। ତେଣୁ ଦକ୍ଷିଣ ହସ୍ତରେ ହିଁ ରାକ୍ଷୀ ପିନ୍ଧନ୍ତୁ।