ଦୁଇ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ
![ଦୁଇ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ](https://voiceofodisha.com/uploads/images/2023/12/image_750x_657ae3a7bd820.jpg)
ଫୁଲବାଣୀ: ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଗୁରୁବାର ଫୁଲବାଣୀ ଗସ୍ତରେ ଆସିଥିବା ବେଳେ ତାଙ୍କ ଉପସ୍ଥିତିରେ ଦୁଇ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଉଛନ୍ତି ଏରିଆ କମାଣ୍ଡର ରଞ୍ଜିତ ନେତାମ ଓ ଉଗା ପୋୟାମ। ଉଭୟେ ଛତିଶଗଡ କ୍ୟାଡରର ମାଓବାଦୀ ବୋଲି କୁହାଯାଇଛି। ଏମାନେ କେକେବିଏନ ସଂଗଠନର ସଦସ୍ୟ ଥିଲେ। ସେମାନେ ୨୦୧୭ ମସିହାରୁ ସିପିଆଇ(ମାଓବାଦୀ) ସଂଗଠନରେ କାର୍ୟ୍ୟ କରୁଥିଲେ ଏବଂ ଛତିଶଗଡ ଓ ଓଡ଼ିଶାରେ ଅନେକ ହିଂସା ଘଟଣାରେ ଜଡିତ ଥିଲେ। ସେମାନେ ଆତ୍ମସମର୍ପଣ କରିବା ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସ୍ଥିର କରିଛନ୍ତି। ରାଜ୍ୟ ସରକାରଙ୍କ ଥଇଥାନ ଓ ପୁନର୍ବାସ ବ୍ୟବସ୍ଥା ଅନୁଯାୟୀ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ପୁଲିସ ମହାନିର୍ଦ୍ଦେଶକ। ଏହି ଅବସରରେ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ନକ୍ସଲ ସମସ୍ୟା ଉପରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ଡିଜି।