ଭାରତର ସବୁଠାରୁ ସୁନ୍ଦର ଝରଣା

ଭାରତର ସବୁଠାରୁ ସୁନ୍ଦର ଝରଣା

ଭାରତରେ ଭ୍ରମଣ କରିବା ପାଇଁ ଗୋଟିଏରୁ ଗୋଟିଏ ସ୍ଥାନ ରହିଛି । କିନ୍ତୁ କଣ ଆପଣ ଭାରତର ସବୁଠାରୁ ଲୋକପ୍ରିୟ ଏବଂ ସୁନ୍ଦର ଝରଣା ସମ୍ପର୍କରେ ଜାଣିଛନ୍ତି କି?
ଗୋଆରେ ସ୍ଥିତ କ୍ଷୀରସାଗର ଝରଣା ଖୁବ୍‌ ସୁନ୍ଦର ଦେଖାଯାଏ । ଏହାର ନାଁ ପଛରେ ଏକ ଇତିହାସ ଲୁଚି ରହିଛି ।
ଜୋଗ୍‌ ଫଲ୍ସ୍‌ କର୍ଣ୍ଣାଟକର ସିମାଗୋ ଓ ଉତ୍ତର କନ୍ନଡ ଜିଲ୍ଲାର ସୀମାରେ ସ୍ଥିତ । ଏହା ଭାରତର ଦ୍ୱିତୀୟ ଉଚ୍ଚତମ ଝରଣା ।
କର୍ଣ୍ଣାଟକର କୁଚିଂକାଲ ଝରଣାର ନାମ ସୁନ୍ଦର ଝରଣାର ଲିଷ୍ଟରେ ସାମିଲ ଅଛି । ଏହି ଝରଣା ବାରହୀ ନଦୀରୁ ଆସିଛି । 
ଅଥିରାପିଲ୍ଲୀ ଝରଣା ଭାରତର କେରଳ ରାଜ୍ୟରେ ସ୍ଥିତ । ଏହା କେରଳର ସବୁଠାରୁ ବଡ ଝରଣା ଯାହାର ଉଚ୍ଚତା ୮୧.୫ ଫୁଟ । 
କର୍ଣ୍ଣାଟକରେ ସ୍ଥିତ ଶିବାନା ସମୁଦ୍ର ଝରଣା ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ଖୁସି କରିଦିଏ ।  
ମେଘାଳୟ ସ୍ଥିତ ନୋହକଲିକାଇ ଝରଣା ଭାରତର ସବୁଠାରୁ ଉଚ୍ଚା ଝରଣା । ଯାହାର ଉଚ୍ଚତା ୩୪୦ ମିଟର । 
ଚିତ୍ରକୂଟ ଝରଣା ଛତିଶଗଡର ଇନ୍ଦ୍ରାବତୀ ନଦୀରେ ସ୍ଥିତ ଏକ ପ୍ରାକୃତିକ ଝରଣା । ଏହି ଝରଣାର ସୁନ୍ଦରତା ବହୁ ପର୍ଯ୍ୟଟକଙ୍କୁ ଆକଷିଁତ କରିଥାଏ । 
ସୋଚିପରା ଝରଣା ସେଂଟିନଲ୍‌ ରୋକ ଝରଣା ନାମରେ ଜଣାଶୁଣା । ପ୍ରାକୃତିକ ସୌନ୍ଦର୍ଯ୍ୟତା ପ୍ରେମୀ ଏହି ଝରଣାକୁ ଦେଖିବା ପାଇଁ ଦୂର ଦୂରରୁ ଆସନ୍ତି ।