ଅର୍ଥନୀତି ଏବଂ କରୋନାକୁ ନେଇ ମୋଦି ସରକାରଙ୍କୁ ଘେରିଲେ ରାହୁଲ ଗାନ୍ଧୀ

ଅର୍ଥନୀତି ଏବଂ କରୋନାକୁ ନେଇ ମୋଦି ସରକାରଙ୍କୁ ଘେରିଲେ ରାହୁଲ ଗାନ୍ଧୀ

ଅର୍ଥନୀତି ଏବଂ କରୋନାକୁ ନେଇ ମୋଦି ସରକାରଙ୍କୁ ଘେରିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : ଅର୍ତନୀତି ଏବଂ କରୋନାକୁ ନେଇ ପୁଣି ଥରେ ମୋଦି ସରକାରଙ୍କ ଉପରେ ଆକ୍ରମଣକୁ ଶାଣିତ କରିଛନ୍ତି ରାହୁଲ ଗାନ୍ଧୀ । କିପରି ଏକ ଅର୍ଥନୀତିକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱସ୍ତ କରିବା ସହିତ କରୋନା ଆକ୍ରାନ୍ତ ସଂଖ୍ୟା ବଢାଯାଇ ପାରିବ ତାହା ବର୍ତ୍ତମାନ ସରକାର ଶିଖାଉଛି । ୧୧ଟି ଏସୀୟ ରାଷ୍ଟ୍ରଙ୍କ ମଧ୍ୟରେ ଭାରତର ଜିଡିପି ସର୍ବନିମ୍ନ ସ୍ତରରେ ରହିଥିବା ବେଳେ କୋଭିଡ ସଂକ୍ରମଣ ପ୍ରତି ୧୦ ଲକ୍ଷରେ ସର୍ବାଧିକ ରହିଛି । ଏହା ସହିତ ଏକ ଫଟୋ ମଧ୍ୟ ରାହୁଲ ଶେୟାର କରିଛନ୍ତି । ଅର୍ଥନୀତିଜ୍ଞ କୌଶିକ ବସୁଙ୍କ ସହିତ ଆଲୋଚନା ପରେ ଉଭୟ ରାହୁଲ ଏବଂ କୌଶିକ ଏହି ପୋଷ୍ଟକୁ ଶେୟାର କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଏସିଆ ମହାଦେଶରେ ଭାରତର ଜିଡିପି ଋଣାତ୍ମକ ୧୦.୩ ରହିଥିବା ବେଳେ ପ୍ରତି ୧୦ ଲକ୍ଷରେ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।