ଚିଦମ୍ବରମଙ୍କୁ ଗିରଫ କଲା ଇଡି
ଚିଦମ୍ବରମଙ୍କୁ ଗିରଫ କଲା ଇଡି
admin
Oct 17, 2019 - 06:46
Updated: Oct 17, 2019 - 06:46
ନୂଆଦିଲ୍ଲୀ : ଆଇଏନ୍ଏକ୍ସ ମିଡିଆ ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍ଙ୍କୁ ଆଜି ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ (ଇଡି) ତିହାର ଜେଲରେ ଜେରା କରିବା ପରେ ଗିରଫ କରିଛି । ତିନି ଜଣିଆ ଇଡି ଟିମ୍ ଦୁଇ ଘଣ୍ଟା ଧରି ତିହାର ଜେଲ୍ ପରିସରରେ ଚିଦମ୍ବରମ୍ଙ୍କୁ ପଚରା ଉଚରା କରିବା ପରେ ଗିରଫ କରିଛନ୍ତି । ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଇଡି ଏକ ଅପରାଧିକ ମାମଲା ରୁଜୁ କରିଛି । ସୂଚନାଯୋଗ୍ୟ, ଗତକାଲି ସିବିଆଇ କୋର୍ଟ ଚିଦମ୍ବରମ୍ଙ୍କୁ ପଚରା ଉଚରା କରିବା ପରେ ଆବଶ୍ୟକ ପଡ଼ିଲେ ଗିରଫ କରିବାକୁ ଅନୁମତି ଦେଇଥିଲେ । ଇଡିର ତିନି ଜଣିଆ ଟିମ୍ ଆଜି ପୂର୍ବାହ୍ନ ୮.୧୫ରେ ଜେଲ୍ ପରିସରରେ ପହଞ୍ଚିବା ପରେ ଦୁଇ ଘଣ୍ଟା ଧରି ଚିଦମ୍ବରମ୍ଙ୍କୁ ପଚରାଉଚରା କରିଥିଲେ । ଚିଦମ୍ବରମ୍ଙ୍କ ପତ୍ନୀ ଓ ପୁତ୍ର ମଧ୍ୟ ଜେଲ୍ ପରିସରରେ ଉପସ୍ଥିତ ଥିଲେ । ତେବେ ଇଡିର ତଦନ୍ତ ପ୍ରକ୍ରିୟା ଏକ ପ୍ରହସନ ବୋଲି ଚିଦମ୍ବରମଙ୍କ ପୁତ୍ର କାର୍ତ୍ତି ଚିଦମ୍ବରମ କହିଛନ୍ତି ।
ଘଟଣାକ୍ରମ
୧୫ ମେ ୨୦୧୭: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ ଏବଂ ପୁତ୍ର କାର୍ତ୍ତି ଚିଦମ୍ବରମ୍ଙ୍କ ବିରୋଧରେ ସିବିଆଇ ଏତଲା ଦାଏର କଲା ।
୨୮ ଫେବ୍ରୁଆରି ୨୦୧୮: କାର୍ତ୍ତି ଚିଦମ୍ବରମଙ୍କୁ ଚେନ୍ନାଇ ବିମାନବନ୍ଦରରୁ ଗିରଫ କଲା ସିବିଆଇ ।
୨୫ ଜୁଲାଇ ୨୦୧୮: ପି. ଚିଦମ୍ବରମ୍ଙ୍କ ଆଗୁଆ ଜାମିନ୍ ମଞ୍ଜୁର କଲେ ଦିଲ୍ଲୀ ହାଇକୋର୍ଟ ।
୧୧ ଅକ୍ଟୋବର ୨୦୧୮: କାର୍ତ୍ତି ଚିଦମ୍ବରମ୍ଙ୍କ ସମ୍ପତ୍ତି ଜବତ କଲା ଇଡି ।
୨୯ ମେ ୨୦୧୯: କାର୍ତ୍ତିଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମ କୋର୍ଟ ।
୨୦ ଅଗଷ୍ଟ ୨୦୧୯: ପି. ଚିଦମ୍ବରମଙ୍କ ଜାମିନ୍ ଆବେଦନ ନାମଞ୍ଜୁର କଲେ ଦିଲ୍ଲୀ ହାଇକୋର୍ଟ ।
୨୧ ଅଗଷ୍ଟ ୨୦୧୯: ଚିଦମ୍ବରମଙ୍କୁ ଗିରଫ କଲା ସିବିଆଇ ।
୧୬ ଅକ୍ଟୋବର ୨୦୧୯: ଇଡି ଦ୍ୱାରା ଗିରଫ ହେଲେ ଚିଦମ୍ବରମ୍ ।